ଅକ୍ଟୋବର ପହିଲାରୁ ଚାଲିବ ନାହିଁ ପୁରୁଣା ଚେକ୍ ବହି , କେମିତି କରିବେ ଅପଡେଟ୍

128

କନକ ବ୍ୟୁରୋ : ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଜରୁରୀ ଖବର । ଦେଶର ବଡ ୩ ଟି ସାର୍ବଜନୀକ କ୍ଷେତ୍ରରେ ଏବେ ଆପଣଙ୍କ ପୁରୁଣା ଚେକ୍ ବୁକ୍ ଆଉ ଚଳିବ ନାହିଁ । ଯଦି ଆପଣଙ୍କର ସେହି ସବୁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ତୁରନ୍ତ ଜାଣନ୍ତୁ କଣ କରିବାକୁ ପଡିବ ।

କହିରଖୁ କି ଦେଶରେ କିଛି ବ୍ୟାଙ୍କର ପଞ୍ଜିକରଣକୁ କ୍ୟାନସଲ କରି ସରକାର ସେହି ବ୍ୟାଙ୍କଗୁଡିକୁ ଅନ୍ୟ କିଛି ବ୍ୟାଙ୍କ ସହ ମିଶାଇ ଦେଇଛନ୍ତି । ଯାହା ଫଳରେ ଆପଣଙ୍କ ଆକାଉଣ୍ଟ ନମ୍ବରଳ ଆଇଏଫଲସସି କୋର୍ଡ,ଏମଆଇସିଆର କୋର୍ଡ ବଦଳି ଯାଇଛି । ଏହି କାରଣରୁ ବିଲୟ ହୋଇଥିବା ବ୍ୟାଙ୍କ ଚେକ୍ ଯଦି ଆପଣଙ୍କ ପାଖରେ ଥାଏ ତେବେ ତାହା ଅକ୍ଟୋବର ପହିଲା ଠାରୁ ଅଚଳ ହୋଇଯିବ ।

ଅକ୍ଟୋବର ପହିଲା ଠାରୁ ଏହି ୩ ଟି ବଡ ବ୍ୟାଙ୍କର ଚେକ୍ ବୁକ୍ ଅଚଳ ହେବାକୁ ଯାଉଛି । ତେଣୁ ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି କି ତୁରନ୍ତ ସେମାନେ ସେମାନଙ୍କ ବ୍ୟାଙ୍କର ଶାଖା କାର୍ଯ୍ୟାଳୟକୁ ଯାଇ ନୂଆ ଚେକ୍ ବୁକ୍ ପାଇଁ ଆବେଦନ କରନ୍ତୁ । ଏହି ବ୍ୟାଙ୍କ ମାନଙ୍କ ମଧ୍ୟରେ ରହିଛି ଆହ୍ଲାବାଦ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଚେକ୍ ବୁକ୍ ଓ ଏମଆଇସିଆର ନମ୍ବର ବଦଳିବାକୁ ଯାଉଛି । ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସରକାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଛି । ଏହା ୨୦୧୯ ଏପ୍ରିଲ ମାସ ଠାରୁ ପ୍ରଭାବୀ ହୋଇଛି ।