‌ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଗରିବ ମାନଙ୍କ ପାଇଁ ବ୍ୟାଙ୍କ୍‌, ପୋଷ୍ଟଅଫିସ୍ ମାନଙ୍କରେ ଜିରୋ ବାଲାନ୍ସରେ ଖାତା ଖୋଲିବାର ସୁବିଧା ଦିଆଯାଇଥିଲା । ମାତ୍ର ଆପଣ ଯଦି ଏହି ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଆଧାରକାର୍ଡ ଲିଙ୍କ କରାଇ ଦେବେ ତେବେ ଆପଣଙ୍କୁ ମିଳିବ ଏହି ସବୁ ସୂୁବିଧା

ବ୍ୟାଙ୍କ ଖାତା ସହ କରନ୍ତୁ ଆଧାରକାର୍ଡ ଲିଙ୍କ, ମିଳିବ ୫ ହଜାର ଟଙ୍କା

5,208

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କ ଓ ପୋଷ୍ଟାଲରେ ବିନା ଦେୟରେ ଖାତା ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ହିତାଧିକାରୀଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଯଦି ଆପଣଙ୍କ ଖାତାରେ ବାଲାନ୍ସ ନାହିଁ ତେବେ ଜାଣନ୍ତୁ କିଭଳି ଉଠାଇବେ ୫ ହଜାର ଟଙ୍କା । ଆସନ୍ତୁ ଆଜି ଆପଣଙ୍କୁ କହିବୁ ଏହି ଖାତାରୁ ଆପଣ କେଉଁ କେଉଁ ସୁବିଧା କିଭଳି ଉଠାଇ ପାରିବେ । କହିରଖୁ କି ଏହି ଲାଭ ସେହି ମାନେ ପାଇ ପାରିବେ ଯେଉଁମାନେ ସେମାନଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ କରିଛନ୍ତି ।
ଜନଧନ ଯୋଜନାରେ ଖାତା ଖୋଲିଥିବା ଲୋକଙ୍କୁ ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ମିଳୁଛି । ଏହି ସୁବିଧାର ଲାଭ ପାଇବାକୁ ଆକାଉଣ୍ଟଟଧାରୀଙ୍କର ଆଧାରକାର୍ଡ ଥିବା ଜରୁରୀ । ଏହି ସହ ଉକ୍ତ ଆକାଉଣ୍ଟ ସହିତ ଆଧାରକାର୍ଡ ବି ଲିଙ୍କ ହୋଇଥିବା ଜରୁରୀ । ଏହି ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମହତ୍ୱ ଉର୍ଦ୍ଦେଶ୍ୟ ଯୋଡି ହୋଇଥିଲା । ଯେମିତି କି ପ୍ରତି ପରିବାର ପାଇଁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ରହିବା ଜରୁରୀ । ଏହି ଯୋଜନା ମାଧ୍ୟମରେ ୧୦ ବର୍ଷରୁ କମ୍ ବର୍ଷର ପିଲା ବି ଆକାଉଣ୍ଟ ଖୋଲିପାରିବ ।

ଓଭରଡ୍ରାଫ୍ଟ ସୁବିଧା ମାଧ୍ୟମରେ ଆପଣଙ୍କ ଖାତାରେ କିଛି ବି ଜମା ନଥିଲେ ଆପଣ ୫ ହଜାର ଟଙ୍କା ଯାଏ ଉଠାଇ ପାରିବେ । ଯଦି ଆପଣଙ୍କ ଖାତା ସହ ଆଧାରକାର୍ଡ ଲିଙ୍କ୍ ହୋଇନାହିଁ ତେବେ ଆପଣ ଓଭରଡ୍ରାଫ୍ଟ କରିପାରିବେ ନାହିଁ ।ଏହି ସୁବିଧା ପାଇବାକୁ ଆପଣ ପ୍ରଥମ ୬ ମାସ ବ୍ୟାଙ୍କ ଆକାଉଣ୍ଟରେ କିଛି କିଛି ଜମା କରନ୍ତୁ ଓ ଆବଶ୍ୟକ ସ୍ଥଳେ ବ୍ୟାଙ୍କ ଖାତାରୁ ବି ଟଙ୍କା ଉଠାଣ କରନ୍ତୁ । ବିନା ଜମାରେ ଖାତା ଖୋଲିଥିବା ଲୋକଙ୍କୁ ବି ବ୍ୟାଙ୍କ ଏଟିଏମ୍ କାର୍ଡ ଦେଇଥାଏ । ଯାହା ଫଳରେ ଖାତା ଧାରକୁ ଟଙ୍କା ଜମା କରିବା ଓ ଉଠାଣ କରିବାରେ କିଛି ଅସୁବିଧା ହୋଇ ନଥାଏ ।

ଆପଣମାନଙ୍କୁ କହିରଖୁ କି ଖାତା ଖୋଲିବା ପାଇଁ ଆପଣଙ୍କୁ ଏହି ସବୁ ଡକ୍ରୁ୍ୟମେଣ୍ଟ ଯୋଗାଡ କରିବାକୁ ପଡିବ । ଯେମିତି କି ଆଧାର କାର୍ଡ,. ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ,ପାନକାର୍ଡ, ଭୋଟର ଆଇକାର୍ଡ,ଜବ୍ କାର୍ଡ, ଏସବୁ ନଥିଲେ ଆପଣ ଜଣେ ଗେଜେଟେଡ୍ ଅଫିସରଙ୍କ ଠାରୁ ଏକ ଚିଠି ନେଇ ବି ଖାତା ଖୋଲିପାରିବେ । ଯେଉଁ ଚିଠିରେ ଖାତା ଖୋଲିବା ପାଇଁ ଆଟେଷ୍ଟେଡ ଫଟୋ ଲାଗିଥିବ ।