ବିରାଟଙ୍କ ଦମଦାର ବ୍ୟାଟିଂ । ୧୬୯ ରନ କଲା ବାଙ୍ଗାଲୋର । ଚେନ୍ନାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ।

152

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ୧୬୯ରନ କରିବାରେ ସକ୍ଷମ ହୋଇଛି । ଏହାସହ ଚେନ୍ନାଇ ଆଗରେ ଏବେ ୧୭୦ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୯୦, ଦେବଦତ୍ତ ପାଡିକଲ ୩୩ ଓ ଶିଭମ ଦୁବେ ୨୨ ରନ କରିଥିଲେ । ଫଳରେ ୨୦ ଓଭରରେ ୪ ୱିକେଟ ହରାଇ ୧୬୯ ରନ କରିଥିଲା ବାଙ୍ଗାଲୋର ।

ଏବେ ଚେନ୍ନାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରହିଛି । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଡୁପ୍ଲେସିସ ଓ ୱାଟସନଙ୍କୁ ବଡ ପାଳି ଖେଳିବାକୁ ହେବ । ତେବେ ଅମ୍ବାତି ରାଇଡୁଙ୍କ ଉପରେ ମଧ୍ୟ ଦଳ ଭରସା ରଖିଛି ।