ବାଙ୍ଗାଲୋରର ବ୍ୟାଟିଂ ବିପର୍ଯ୍ୟୟ: ୯୨ ରନରେ ପାଭିଲିୟନ ଫେରିଗଲା ପୂରା ଟିମ୍

112

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ବାଙ୍ଗାଲୋର ପୂରା ଖରାପ ପ୍ରଦର୍ଶନ କରିଛି । କୋଲକାତା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ବାଙ୍ଗାଲୋରର ବଡ ବଡ ବ୍ୟାଟ୍ସମ୍ୟାନ । ଫଳରେ ମାତ୍ର ୯୨ ରନରେ ପୂରା ବାଙ୍ଗାଲୋର ଟିମ ପାଭିଲିୟନ ଫେରିଯାଇଛି । ଏହାସହ ଏବେ କୋଲକାତା ଆଗରେ ୯୩ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଏହି ଯୋଡି । ଏହାପରେ ଡିଭିଲିୟର୍ସ, ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ମଧ୍ୟ  ପାଭିଲିୟନ ଫେରିଯାଇଥିଲେ । ଫଳରେ ୧୯ ଓଭର ସୁଦ୍ଧା ପୂରା ଟିମ ଅଲଆଉଟ ହୋଇଯାଇଥିଲା ।