କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ବାଙ୍ଗାଲୋର ପୂରା ଖରାପ ପ୍ରଦର୍ଶନ କରିଛି । କୋଲକାତା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ବାଙ୍ଗାଲୋରର ବଡ ବଡ ବ୍ୟାଟ୍ସମ୍ୟାନ । ଫଳରେ ମାତ୍ର ୯୨ ରନରେ ପୂରା ବାଙ୍ଗାଲୋର ଟିମ ପାଭିଲିୟନ ଫେରିଯାଇଛି । ଏହାସହ ଏବେ କୋଲକାତା ଆଗରେ ୯୩ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଏହି ଯୋଡି । ଏହାପରେ ଡିଭିଲିୟର୍ସ, ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଫଳରେ ୧୯ ଓଭର ସୁଦ୍ଧା ପୂରା ଟିମ ଅଲଆଉଟ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/ui-1.jpg)