ଯାଜପୁରରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ : ନିଜ ଦେଶକୁ ଫେରିଯିବା ପାଇଁ ସହଯୋଗ କରିବାକୁ ସରକାରଙ୍କୁ କଲେ ନିବେଦନ

333

କନକ ବ୍ୟୁରୋ : ଓଡିଶାରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ । ନିଜ ଦେଶକୁ ଫେରି ଯିବା ପାଇଁ ସରକାରଙ୍କୁ କଲେ ନିବେଦନ । ଫେରିଯିବାକୁ ବାରମ୍ବାର ଉଦ୍ୟମ କରି ମଧ୍ୟ ଫେଲ ମାରିବାରୁ ଏମିତି ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ ୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅଜୟ ଦାସ ତାଙ୍କୁ କଲିକତାରେ ଦେହ ବ୍ୟବସାୟରେ ଲଗାଇଥିଲେ । କିନ୍ତୁ ପ୍ରଥମରୁ ଅରାଜି ଥିବା ବାଂଲାଦେଶୀ ଯୁବତୀ ଜଣକଙ୍କର ଅଜୟଙ୍କ ପୁଅ ସୁରଜଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ତେବେ ଦେହ ବ୍ୟବସାୟ ଜାଲରୁ ଖସି ଆସି ଦେଢ଼ ବର୍ଷ ହେବ ବାଙ୍ଗାଲୋର,ଗୁଜୁରାଟରେ ରହିବା ପରେ ଏବେ ଯାଜପୁର ଜାରକା ଅଂଚଳରୁ ଧର୍ମଶାଳା ପୁଲିସ ତାଙ୍କୁ ଉଦ୍ଧାର କରିଛି । ତେବେ ବାଙ୍ଗଲାଦେଶରେ କାମ ଅଭାବ ଥିବାରୁ ଭାରତରେ କିଛି କାମ କରି ଟଙ୍କା ରୋଜଗାର କରି ମାଆ ପାଖକୁ ପଠାଇବାକୁ ସ୍ୱପ୍ନ ଦେଖିଥିବା ଝିଅ ଆଜି ଭାଙ୍ଗି ପଡିଛି । କହିଛନ୍ତି, ଭାରତରୁ ମୁଁ ମୋ ଦେଶକୁ ଫେରିଯିବାକୁ ଚାହେଁ । ତେଣୁ ସରକାର ତାଙ୍କୁ ସହଯୋଗ କରନ୍ତୁ ବୋଲି କୋହଭରା କଣ୍ଠରେ ନିବେଦନ କରିଛନ୍ତି ବାଂଲାଦେଶୀ ଯୁବତୀ ।