ଇତିହାସ ରଚିଲା ବାଂଲାଦେଶ । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ବନିଲା ବିଶ୍ୱ ଚାମ୍ପିୟନ୍ ।

Advertisment
ଇତିହାସ ରଚିଲା ବାଂଲାଦେଶ । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ବନିଲା ବିଶ୍ୱ ଚାମ୍ପିୟନ୍ ।

କନକ ବ୍ୟୁରୋ : ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ପ୍ରଥମ ଥର ପାଇଁ ଇତିହାସ ରଚିଲା ବାଂଲାଦେଶ । ଟିମ୍ ଇଣ୍ଡିଆକୁ ୩ ୱିକେଟରେ ହରାଇ ବିଶ୍ୱ ଚମ୍ପିୟାନ୍ ବନିଲା ବାଂଲାଦେଶ ।

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା ହାଇଭାଲଟେଜ୍ ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ସେଡଗାର ପାର୍କ ଠାରେ ଆଜି ଖେଳାଯାଉଥିବା ଦମଦାର୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଆଗରେ ୧୭୮ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଟିମ୍ ଇଣ୍ଡିଆ । ୪୭ ଓଭର ୨ଟି ବଲରେ ଦଳ ନିଜର ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଜବାବରେ ବାଂଲାଦେଶ ଭାରତ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି । ଦଳ ୩ ୱିକେଟରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବା ସହ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ୍ ହେବାର ସୌଭାଗ୍ୟ ଅର୍ଜନ କରିଛି ।

ବାଂଲାଦେଶ ୧୭୮ ରନ୍‌ ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବେଳେ ମଧ୍ୟ କ୍ରମରେ ବର୍ଷା ଆରମ୍ଭ ହେବାରୁ କିଛି ସମୟ ଖେଳକୁ ବନ୍ଦ ରଖାଯାଇଥିଲା । ପରେ ବାଂଲାଦେଶକୁ ଡିଏସ୍‌ଏଲ୍‌ ନିୟମ ଅନୁସାରେ ୪୬ ଓଭରରେ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏହି ଲକ୍ଷ୍ୟକୁ ଟିମ୍‌ ୪୨.୧ ଓଭରରେ ୭ଟି ଓ୍ଵିକେଟ ହରାଇ ହାସଲ କରିଥିଲା ।

ବାଂଲାଦେଶ ପକ୍ଷରୁ ଓପନର ପରଭେଜ ହୁସେନ୍‌ ଇମୋନ ସର୍ବାଧିକ ୪୭ ରନ୍‌ ସଂଗ୍ରହ କରିଥିଲେ । ସେ ୭୯ଟି ବଲ ଖେଳି ୭ଟି ଚୌକା ମାରିଥିଲେ । ସେହିପରି ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ଆକବର ଅଲି ୭୭ଟି ବଲ ଖେଳି ୪୩ ରନ୍‌ କରିଥିଲେ । ଏଥିରେ ସେ ୪ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ । ତଞ୍ଜିତ ହାସନ ୨୫ଟି ବଲ ଖେଳି ଟିମ୍‌ ପାଇଁ ୧୭ ରନ୍‌ ଯୋଡ଼ିଥିଲେ ।ତେବେ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟତୀତ ଟିମ୍‌ର ଅନ୍ୟ ବ୍ୟାଟସ୍‌ମ୍ୟାନ ତିଲକ ବର୍ମା ୩୮ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିବା ବେଳେ ଧ୍ରୁବ ଜୁରେଲ ୩୮ଟି ବଲ ଖେଳି ୨୨ ରନ୍‌ ସଂଗ୍ରହ କରିଥିଲେ । ଭାରତର ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe