ବିଦା ହେଲା ପାକିସ୍ତାନ ! ଏସିଆ କପ୍ ଫାଇନାଲରେ ଆସନ୍ତାକାଲି ମୁହାଁମୁହିଁ ହେବେ ଇଣ୍ଡିଆ-ବାଂଲାଦେଶ ।

Advertisment
ବିଦା ହେଲା ପାକିସ୍ତାନ ! ଏସିଆ କପ୍ ଫାଇନାଲରେ ଆସନ୍ତାକାଲି ମୁହାଁମୁହିଁ ହେବେ ଇଣ୍ଡିଆ-ବାଂଲାଦେଶ ।

image courtesy - www.amarujala.com

କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ହରାଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ବାଂଲାଦେଶ । ଏହା ସହ ଶୁକ୍ରବାର ଖେଳାଯିବାକୁ ଥିବା ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆକୁ ଭେଟିବ ବାଂଲାଦେଶ । ବୁଧବାର ଶେଷ ସୁପର-୪ ମ୍ୟାଚରେ ପାକିସ୍ତାନକୁ ୩୭ ରନରେ ହରାଇ ବାଂଲାଦେଶ ଫାଇନାଲ୍ ପହଞ୍ଚିଯାଇଛି। ଗତ ଥର ମଧ୍ୟ ଭାରତ ଓ ବାଂଲାଦେଶ ଫାଇନାଲ୍ ଖେଳିଥିଲେ। ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯାଇଥିବା ଏହି ସଂସ୍କରଣରେ ଭାରତ ବିଜେତା ହୋଇଥିଲା । ଭାରତ ସପ୍ତମ ଥର ଟ୍ରଫି ବିଜୟ ଲକ୍ଷ୍ୟରେ ରହିବ। ସେପଟେ ତୃତୀୟ ଥର ଫାଇନାଲ୍ ଉଠିଥିବା ବାଂଲାଦେଶ ଭାରତ ବିରୋଧରେ ପ୍ରତିଶୋଧ ନେଇ ପ୍ରଥମ ଥର ବିଜେତା ହେବା ଲକ୍ଷ୍ୟରେ ରହିବ।

publive-image

ଆବୁଧାବିରେ ବୁଧବାର ରାତିରେ ୨୪୦ ରନକୁ ପଶ୍ଚାତଧାବନ କରିଥିବା ପାକିସ୍ତାନ ୧୮ ରନରେ ୩ ୱିକେଟ୍ ହରାଇ ଦେଇଥିଲା। ମେହିଦି ହାସନ୍ ମିରାଜଙ୍କ ସ୍ପିନରୁ ବାଂଲା ଆକ୍ରମଣ ଆରମ୍ଭ କରି ସଫଳ ହୋଇଥିଲା। ପଞ୍ଚମ ବଲରେ ଜମାନ୍ (୧) ଆଉଟ୍ ହୋଇଯିବା ପରେ ବାବର ଆଜମ୍ (୧)ଙ୍କୁ ମୁସ୍ତାଫିଜୁର ଆଉଟ୍ କରି ଦେଇଥିଲେ। ବ୍ୟାଟିଂ କ୍ରମରେ ଆଗୁଆ ଆସିଥିବା ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ମୁସ୍ତାଫିଜୁର ଦ୍ବିତୀୟ ଶିକାର କରିଥିଲେ। ଏତିକି ବେଳେ ସୋଏବ ମଲ୍ଲିକ (୩୦, ୫୧ ବଲ୍, ୨ ଚୌକା) ଏବଂ ଇମାମ୍ ଉଲ୍ ହକ୍ (୮୩, ୧୦୫ ବଲ୍, ୨ ଚୌକା, ୧ ଛକା) ଲଢ଼ିଥିଲେ। ଇମାମ୍ ଉଲ୍ ହକ୍ ଶେଷ ପର‌୍ୟ୍ୟନ୍ତ ରହିଥିଲେ। ୪୦ ଓ ୪୧ତମ ଓଭରରେ ଅସିଫ୍ ଅଲୀ (୩୧, ୪୭ ବଲ୍) ଏବଂ ଇମାମ୍ ଷ୍ଟମ୍ପିଂ ହୋଇଯିବା ପରେ ବାଂଲାଦେଶ ପଟକୁ ମ୍ୟାଚ୍ ଢ଼ଳିଥିଲା। ମୁସ୍ତାଫିଜୁର (୪/୪୩) ପାକିସ୍ତାନର ସର୍ବାଧିକ କ୍ଷତି ଘଟାଇ ଦଳକୁ ଲଗାତାର ବିଜୟ ଦେଇ ଟ୍ରଫି ଲଢ଼େଇରେ ପହଞ୍ଚାଇଥିଲେ। ମୁସଫିକର କିନ୍ତୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe