ଆଜିଠୁ ବାଂଲାଦେଶ ଭାରତ ଦିନିକିଆ ମୁକାବିଲା । ଘରୋଇ ମାଟିରେ ବାଂଲାଦେଶ ସଙ୍କଳ୍ପବଦ୍ଧ ଥିବାରୁ ଭାରତ ପାଇଁ ଏହି ତିନି ଟିକିଆ ଶୃଙ୍ଖଳା ଆହ୍ୱାନ ରହିବ । ମୋଟାମୋଟି ଭାବେ ଭାରତ ୫୦ ଓଭର ବିଶ୍ୱକପ୍ ପାଇଁ ଏହି ଶୃଙ୍ଖଳାରେ ଭଲରେ ପ୍ରସ୍ତୁତି ଆରମ୍ଭ କରିବ ବୋଲି ବିଶ୍ୱାସ କରାଯାଉଛି । ବାଂଲାଦେଶ ତମିମ୍ ଇକବାଲ୍ ଓ ତସକିନ୍ ଅହମ୍ମଦଙ୍କ ବିନା ଖେଳିବାକୁ ଯାଉଥିଲେ ମଧ୍ୟ ଘରୋଇ ଦଳ ନିକଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରତିଭାର ଅଭାବ ନାହିଁ । ଲିଟନ୍ ଦାସ ଦଳର ନେତୃତ୍ୱ ନେବେ । ବାଂଲାଦେଶ ୨୦୨୧ ପ୍ରାରମ୍ଭରୁ ୮ଟି ଦିନିକିଆ ଶୃଙ୍ଖଳା ଖେଳି ମାତ୍ର ୨ଟି ହାରିଛି ।
ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ଏହି ଦଳ ପାଇଁ ସବୁଠାରୁ ଉଲ୍ଲେଖନୀୟ ସଫଳତା ହୋଇ ରହିଛି । ୨୦୨୧ ଜାନୁଆରିଠାରୁ ଭାରତ ୨୭ ଦିନିକିଆ ଖେଳିଥିଲା ବେଳେ କୋହଲି ୧୧ଟିରେ, ରାହୁଲ ୧୦ଟିରେ, ରୋହିତ ୯ଟିରେ ଖେଳିଥିଲେ । ଧାୱନ କିନ୍ତୁ ୨୫ଟିରେ ଖେଳିବା ସହିତ ଅଧିକାଂଶରେ ନେତୃତ୍ୱ ନେଇଛନ୍ତି । ସେର-ଇ-ବାଂଲା ନ୍ୟାସ୍ନାଲ ଷ୍ଟାଡିୟମରେ ହାଇସ୍କୋରିଂ ମୁକାବିଲା ହେବ ବୋଲି ଆଶା ରହିଛି । ଏବେ ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲ ପ୍ରତ୍ୟାବର୍ତନ କରିଥିବାରୁ ପାଖାପାଖି ଭାରତ ପୂର୍ଣ୍ଣ କ୍ଷମତାର ଦଳ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2022/12/Capture-8.jpg)