ବାଂଲାଦେଶରେ ଥମୁନି ଦଙ୍ଗା, ହିନ୍ଦୁଙ୍କ ମନ୍ଦିରକୁ ଟାର୍ଗେଟ୍ । ପୁରୀରେ ପ୍ରତିବାଦ କଲା ଜଗନ୍ନାଥ ସେନା

Advertisment
ବାଂଲାଦେଶରେ ଥମୁନି ଦଙ୍ଗା, ହିନ୍ଦୁଙ୍କ ମନ୍ଦିରକୁ ଟାର୍ଗେଟ୍ । ପୁରୀରେ ପ୍ରତିବାଦ କଲା ଜଗନ୍ନାଥ ସେନା

କନକ ବ୍ୟୁରୋ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବି ଥମୁନି ଦଙ୍ଗା । ସଂରକ୍ଷଣ ବିରୋଧୀ ଦଙ୍ଗା ଏବେ ଧର୍ମ ବିରୋଧୀ ହେବାରେ ଲାଗିଛି । ଉପଦ୍ରବକାରୀମାନେ ହିନ୍ଦୁଙ୍କ ମନ୍ଦିରକୁ ଟାର୍ଗେଟ କରି ଭାଙ୍ଗିବା ସହ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମଧ୍ୟ କରୁଛନ୍ତି । ଯାହାକୁ ନେଇ ଜଗନ୍ନାଥ ସେନା ପକ୍ଷରୁ ପ୍ରତିବାଦ କରାଯାଇଛି । ଶ୍ରୀମନ୍ଦିର ସମ୍ମୁଖରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି ଜଗନ୍ନାଥ ସେନାର କର୍ମୀ । ବାଂଲାଦେଶରେ ଅନେକ ହିନ୍ଦୁ ନେତା ଓ ସମାଜସେବୀଙ୍କୁ ହତ୍ୟା କରିଛନ୍ତି ଉପଦ୍ରବକାରୀ । ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ୍ ମନ୍ଦିରକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଛନ୍ତି । ମନ୍ଦିରକୁ ଭାଙ୍ଗିବା ପରେ ନିଆଁ ମଧ୍ୟ ଲଗାଇଛନ୍ତି ବିକ୍ଷୋଭକାରୀ । ନିଆଁ ଲଗାଯିବାରୁ ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଦେବୀ ଜଳି ଯାଇଛନ୍ତି । ଯାହାର ଭିଡିଓ ପୂରା ବିଶ୍ୱରେ ଥିବା ପ୍ରତି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି । ଏହାଛଡ଼ା ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ତେଣୁ ଏହାକୁ ବିରୋଧ କରି ଆଜି ସିଂହଦ୍ୱାର ସମ୍ମୁଖରେ ପ୍ରତିବାଦ କରୁଛି ଜଗନ୍ନାଥ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe