ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୪ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଗୁରୁବାର ସେ ନୂଆଦିଲ୍ଲରେ ପହଁଚି ଏନଆରସି ଦ୍ୱାରା ବାଙ୍ଗଲାଦେଶକୁ କୌଣସି ଅସୁବିଧା ନଥିବା କଥା କହିଥିଲେ । ଏହାକୁ ନେଇ ସେ ନ୍ୟୁୟର୍କର ସଂଯୁକ୍ତ ରାଷ୍ଟ୍ର ମହାସଭା (ଟଘଏଇ) ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହୋଇସାରିଛି । ଆପଣଙ୍କୁ କହିରଖୁଛୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପୂର୍ବରୁ ଏହି ବିଷୟରେ ସବୁ କଥାବାର୍ତ୍ତା ସରିଛି । ଭାରତ ସରକାର ଏନଆରସି ଜରିଆରେ ପ୍ରବେଶକାରୀଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଏକ ଖବରକାଗଜ ମୁତାବକ , ଯେତେବେଳେ ଶେଖ୍ ହସିନାଙ୍କୁ ପ୍ରଶ୍ନ କରାଗଲା ଯେ ସେ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶ୍ୱାସନାରେ ସନ୍ତୁଷ୍ଟ ଅଛନ୍ତି? ଏହି କଥାରେ ସେ କହିଥିଲେ , ମୋତେ ଏବଂ ବାଙ୍ଗଲାଦେଶକୁ ଏନଆରସି ଯୋଗୁଁ କୌଣସି ଅସୁବିଧା ହେଲା ଭଳି ଦେଖାଯାଉନାହିଁ । ଏ ବିଷୟରେ ମୁଁ ପ୍ର୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିସାରିଛି ।
ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବିଶ୍ୱ ଅର୍ଥନୈତିକ ଫୋରମ୍ ରେ ଭାରତ ଅର୍ଥନୈତିକ ସମିଟ୍ ରେ ଭାଗ ନେବା ପାଇଁ ଭାରତ ଆସିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶନିବାର ଦ୍ୱିପକ୍ଷୀୟ ବାର୍ତ୍ତା କରିବେ ।
Follow Us
/kanak/media/post_attachments/wp-content/uploads/2019/10/images-17-300x237.jpg)