କନକ ବ୍ୟୁରୋ: ସଂରକ୍ଷଣକୁ ନେଇ ବାଂଲାଦେଶରେ ତୀବ୍ର ହୋଇଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀଙ୍କ ଗାଦୀ ଛଡାଇନେଲା । ଭୀଷଣ ହିଂସା ଓ ବିପର୍ଯ୍ୟୟ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସୀନା । ଏହାପରେ ସେ ନିଜ ଭଉଣୀଙ୍କ ସହ ଦେଶ ଛାଡି ପଳାୟନ କରିଥିବା ଖବର ଜଣାପଡିଛି । ଦେଶ ଛାଡିବା ପରେ ହସୀନା ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଇସ୍ତଫା ପରେ ସେଠିକାର ସେନା ଖୁବ ଶୀଘ୍ର ସରକାର ଅନ୍ତରୀଣ ସରକାର ଗଢିବ ବୋଲି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ସଂରକ୍ଷଣ ଦାବିକୁ ନେଇ ବାଂଲାଦେଶରେ ଲଗାତାର ଖରାପ ହେଉଛି ସ୍ଥିତି । ଏହା ଭିତରେ ଶେଖ୍ ହସୀନାଙ୍କ ଇସ୍ତଫା ପରେ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି ସେନା ମୁଖ୍ୟ । ତେବେ ହିଂସାରୁ ଦୂରେଇ ରହିବା ସହ ସେନାକୁ ସହଯୋଗ କଲେ ଖୁବଶୀଘ୍ର ସ୍ଥିତି ବଦଳିବ ବୋଲି ଅପିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/45-1.jpg)