ନୋବେଲ ବିଜେତା ମୋହମ୍ମଦ ୟୁନୁସ୍ ହେଲେ ବାଂଲାଦେଶ ଅନ୍ତରୀଣ ସରକାର ମୁଖିଆ, ପ୍ରଦର୍ଶନକାରୀ  ଛାତ୍ରଙ୍କ ଦାବି ମୁଞ୍ଜୁର

ନୋବେଲ ବିଜେତା ମୋହମ୍ମଦ ୟୁନୁସ୍ ହେଲେ ବାଂଲାଦେଶ ଅନ୍ତରୀଣ ସରକାର ମୁଖିଆ, ପ୍ରଦର୍ଶନକାରୀ  ଛାତ୍ରଙ୍କ ଦାବି ମୁଞ୍ଜୁର

କନକ ବ୍ୟୁରୋ: ନୋବେଲ ବିଜେତା ମୋହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମୋହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଗଣତନ୍ତ୍ରକୁ ଉପଯୁକ୍ତ ସ୍ଥାନ ନଦେବା ।

ବାଂଲାଦେଶରେ ଠିକ୍ ଭାବେ ନିର୍ବାଚନ ହୋଇନଥିଲା। ଶେଖ୍ ହସିନା ଲଗାତାର କ୍ଷମତାରେ ଥିଲେ। ସେ ବହୁତ ଶକ୍ତିଶାଳୀ ହୋଇଯାଇଥିଲେ । ଗୋଟିଏ ଦେଶ, ଗୋଟିଏ ନେତା, ଗୋଟିଏ କାହାଣୀ, ଗୋଟିଏ ନୀତି ଭଳି ନୀତି ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ ଥିଲେ। ବେକାରୀ କାରଣରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିଲେ। ଏହି ଘଟଣା ଘଟିବାର ଏହା ହିଁ ମୁଖ୍ୟ କାରଣ।

ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଏବେ ଆକ୍ରମଣ ହେଉଛି। ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କରାଯାଉଛି। ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଉପରେ ଜନତା ଆକ୍ରମଣ କରିଥିଲେ, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ମଧ୍ୟ ଅଛନ୍ତି।

ସଂକ୍ଷେପରେ ମୋହମ୍ମଦ ୟୁନୁସ୍ :

‘ଗରିବଙ୍କ ବ୍ୟାଙ୍କର୍’ ଭାବେ ପରିଚିତ ମୋହମ୍ମଦ ୟୁନୁସ୍
ଲକ୍ଷ ଲକ୍ଷ ଲୋକଙ୍କୁ ସେ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି
ଏଥିପାଇଁ ୨୦୦୬ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା
ବାଂଲାଦେଶରେ ସେ ମାଇକ୍ରୋଫାଇନାନ୍ସ ଋଣଦାତା ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ
ବାଂଲାଦେଶର ଗରିବମାନଙ୍କୁ କ୍ଷୁଦ୍ର ଋଣଦେଇ ଦେଶର ଅଭିବୃଦ୍ଧି ତ୍ୱରାନ୍ୱିତ କରିଥିଲେ
କିନ୍ତୁ ଶେଖ୍ ହସିନାଙ୍କ ସହ କିଛିବର୍ଷ ହେଲା ତିକ୍ତ ସମ୍ପର୍କ ଥିଲା
୨୦୧୧ ମସିହାରେ ହସିନାଙ୍କ ସରକାର ତାଙ୍କୁ ଗ୍ରାମୀଣ ବ୍ୟାଙ୍କରୁ ହଟାଇଦେଇଥିଲା
ପରିଚାଳନା ନିର୍ଦ୍ଦେଶକ ପଦରୁ ଅବସର ନେବାକୁ ବାଧ୍ୟ କରିଥିଲେ
ତାଙ୍କ ବିରୋଧରେ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨ ନିୟୁତ ଡଲାର ହଡ଼ପ ଅଭିଯୋଗରେ ରହିଛି
ୟୁନୁସଙ୍କର ପାଶ୍ଚାତ୍ୟ, ବିଶେଷକରି ଆମେରିକା ସହ ଘନିଷ୍ଠ ସମ୍ପର୍କ ଅଛି
ସେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହନ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା
ୟୁନୁସଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ଦାଏର ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe