ବାଂଲାଦେଶରେ ବଢୁଛି ଧାର୍ମିକ ହିଂସା, ଇସ୍କନ ମନ୍ଦିର ପୂଜକଙ୍କୁ ପିଟି ପିଟି ହତ୍ୟା

97

କନକ ବ୍ୟୁରୋ : ବାଂଲାଦେଶରେ କିଛିଦିନ ହେବ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରହିଛି । ଶୁକ୍ରବାର ଦିନ ନାଓଖାଲି ଠାରେ ଥିବା ଇସ୍କନ ମନ୍ଦିରରେ କିଛି ଲୋକ ପଶି ଭଙ୍ଗାରୁଜା କରିଥିଲେ । ମନ୍ଦିର କମିଟି ଏନେଇ ଦାବି କରିଛି କି ପାଖା ପାଖି ୨୦୦ ଲୋକ ଅଚାନକ ମନ୍ଦିର ଭିତରକୁ ପ୍ରବେଶ କରି ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ପାର୍ଥୋ ଦାସ, ତାଙ୍କ ଶବ ମନ୍ଦିର ନିକଟରେ ଥିବା ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।
ଏହାବାଦ ଶନିବାର ଦିନ ମୁସିଗଂଜ ଠାରେ ଥିବା କାଳୀ ମନ୍ଦିରରେ ପଶି ଦୁବୃର୍ତ୍ତମାନେ ୦୬ ଟି ମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗ ହୋଇଛି । ମନ୍ଦିରରେ କିଛି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସାମାଜିକ ତତ୍ତ୍ୱମାନେ ବିନା ପ୍ରତିବନ୍ଧକରେ ମନ୍ଦିର ଭିତରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି । ଏହାରି ମଧ୍ୟରେ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କହିରଖୁ କି ବୁଧବାର ଦିନ ଚିଟ୍ଟାଗାଁଓ କୋମିଲା ଅଞ୍ଚଳରେ ଦୁର୍ଗା ମଣ୍ଡପରେ ହୋଇଥିବା ହିଂସାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସୋସିଆଲ ମିଡିଆରେ ଏମିତି କିଛି ଖବର ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ଦୁର୍ଗାମଣ୍ଡପରେ କୋରାନ ବହି ମିଳିଥିଲା । ଯାହାପରେ ଏଠାରେ ଏଭଳି ସ୍ଥିତି ଉପୁଜିଥିଲା ।  ଏନେଇ ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ୍ ହସିନା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।