କନକ ବ୍ୟୁରୋ: ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।
ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ ସମୟ) ରେ ବିଫଳ ହେବାରୁ ଅଳ୍ପ କିଛି ଅଂଚଳକୁ ଛାଡ଼ି ସମଗ୍ର ବାଂଲାଦେଶକୁ ଅନ୍ଧାର କରିଦେଇଛି ।
ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି) ଏବଂ ବାଂଲାଦେଶର ପାୱାର ଗ୍ରୀଡ କମ୍ପାନୀ (ପିଜିସିବି)ର ଅଧିକାରୀମାନେ କହିଛନ୍ତି ଯେ ପ୍ରଥମେ ଦେଶର ପୂର୍ବ ଭାଗରେ ପାୱାର ଗ୍ରୀଡ ବିଫଳ ହୋଇଯାଇଥିଲା । ଏହା ପରେ ଅନ୍ୟ ଟ୍ରାନ୍ସମିସନ ଗ୍ରୀଡଗୁଡ଼ିକ ବି ବିଫଳ ହୋଇଯାଇଥିଲେ । ଏହା ଫଳରେ ଢାକା, ଚିଟାଗଙ୍ଗ, ସିଲହେଟ୍, ବାରିସାଲ୍ ଏବଂ ମାଇମେନସିଂହ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ରାଇପୁର ଅଞ୍ଚଳର କେବଳ କିଛି ଜିଲ୍ଲାରେ ସ୍ଥିତି ସ୍ବାଭାବିକ ରହିଛି ।
ପାଓ୍ବାର ଗ୍ରୀଡ ଅଫ ବାଂଲାଦେଶର ମୁଖ୍ୟ ଇଞ୍ଜିନିୟର ମହମ୍ମଦ ମକସେଦୁର ରେହମାନ ଏକ ସ୍ଥାନୀୟ ସମ୍ବାଦ ଖବରକାଗଜକୁ କହିଛନ୍ତି ଯେ ଏପର୍ୟ୍ୟନ୍ତ ଅଚଳାବସ୍ଥା ଦୂର ହୋଇନାହିଁ । ତେବେ ଖୁବଶୀଘ୍ର ଅଚଳାବସ୍ଥା ଦୂର ହେବ । ବାଂଲାଦେଶର ଟେଲିକମ୍ ସେବା ପ୍ରଦାନକାରୀଙ୍କ ସଂଘ ଆସୋସିଏସନ୍ ଅଫ୍ ମୋବାଇଲ୍ ଟେଲିକମ୍ ଅପରେଟର୍ସ ଅଫ୍ ବାଂଲାଦେଶ (ଆମଟୋବ୍) ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବିଦ୍ୟୁତ୍ ବିଫଳତା ଯୋଗୁଁ ଟେଲିକମ୍ ସେବା ବ୍ୟାହତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/10/2-3.jpg)