କନକ ବ୍ୟୁରୋ : ବାଂଲାଦେଶ ହିଂସା କାରଣରୁ ପଶ୍ଚିମବଙ୍ଗ ମେଦିନପୁରରେ ଫସିଛନ୍ତି ଓଡିଶାର ରୋଗୀ । ସେମାନେ ଯାଇଥିବା ଗାଡିକୁ ଅଟକାଇ ଆକ୍ରମଣ କରିବା ପରେ ପୋଲିସ ଓ ସେନା ସହାୟତାରେ ସୁରକ୍ଷା ଦିଆଯାଉଛି । ଜଣେ କବିରାଜଙ୍କ ନିକଟକୁ ଚିକିତ୍ସା ହେବାକୁ ଏମାନେ ଯାଇଥିଲେ । ପାଖାପାଖି ୨୦୦ରୁ ୩୦୦ ଲୋକ ଫସି ରହିଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୫୦ ଜଣ ଲୋକ ରହିଛନ୍ତି । ସୁରକ୍ଷିତ ଉଦ୍ଧାର ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଲୋକମାନେ ମେଦିନୀପୁର କେସପୁର ଅଞ୍ଚଳର ଏକ ବନ୍ୟାଆଶ୍ରୟ ସ୍ଥଳୀରେ ଫସି ରହିଛନ୍ତି । ବାଲେଶ୍ଵର ସାଂସଦ, ପୋଲିସ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ସୁରକ୍ଷିତ ଭାବେ ସେମାନଙ୍କୁ ଓଡିଆ ଫେରାଇ ଆଣିବାକୁ ପ୍ରକ୍ରିୟା ଆରଂଭ ହୋଇସାରିଛି । ସୁରକ୍ଷିତ ଭାବେ ବେଙ୍ଗଲ ପୋଲିସ ଆଣି ଲକ୍ଷ୍ମଣନାଥ ଗେଟରେ ପହଞ୍ଚାଇବେ ବୋଲି ସୂଚନା ମିଳିଛି ।
ବାଂଲାଦେଶ ହିଂସା କାରଣରୁ ପଶ୍ଚିମବଙ୍ଗ ମେଦିନପୁରରେ ଫସିଛନ୍ତି ଓଡ଼ିଶାର ରୋଗୀ । ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ
/kanak/media/post_attachments/wp-content/uploads/2024/08/5-22.jpg)