କନକ ବ୍ୟୁରୋ : ବାଂଲାଦେଶର ପ୍ରଧାନ ମନ୍ତ୍ରୀ ଭାବେ ଶେଖ ହାସିନା ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଭାରତ ଓ ବାଙ୍ଗଲାଦେଶର ସବୁ ଳେ ନିବିଡ ସମ୍ପର୍କ ରହି ଆସିଛି । ଏପରିକି ଆମେରିକା ସହ ମଧ୍ୟ ଏହାର ସମ୍ପର୍କ ଭଲ । ଶେଖ ହାସିନାଙ୍କ ବିଜୟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଚଳିତ ଥର ଶେଖ ହାସିନାଙ୍କ ନିର୍ବାଚନକୁ ନେଇ ଆମେରିକା ଅସନ୍ତୁଷ୍ଟି ପ୍ରକାଶ କରିଛି ।
ଆମେରିକା ବୈଦେଶିକ ବିଭାଗର ପ୍ରବକ୍ତା ମେଥ୍ୟୁ ମିଲର ଏ ନେଇ କହିଛନ୍ତି କି ଶେଖ ହାସିନାଙ୍କ ବିଜୟ ନା ଥିଲା ନିରପେକ୍ଷ ନା ସ୍ୱତନ୍ତ୍ର । ଆମେରିକା ନିଜର ଅନ୍ୟ ବିଚାର ମଣ୍ଡଳୀ ମାନଙ୍କ ସହ ଆଲୋଚନା କଲା ପରେ ଏହି ନିର୍ବାଚନ ସଠିକ ନୁହେଁ ବୋଲି ଜଣାଇଛି । କାରଣ ଏଥିରେ ସବୁ ଦଳ ନିର୍ବାଚନ ଲଢିବାର ସୁଯୋଗ ପାଇ ନଥିଲେ ।
ମିଲର ବୟାନ ରଖିଛନ୍ତି କି ବାଙ୍ଗଲାଦେଶ ପ୍ରଥମେ ନିର୍ବାଚନ ସମୟରେ ତଥା ସେହି ମାସରେ ଘଟିଥିବା ହିଂଷା କାଣ୍ଡର ସତ୍ୟା ସତ୍ୟ ଜାଣିବା ତଥା ଅପରାଧୀକୁ ଖୋଜି ଦଣ୍ଡିତ କରିବା ଆବଶ୍ୟକ । ଆମେରିକା ବାଙ୍ଗଲାଦେଶକୁ ବ୍ୟାପାର ସମର୍ଥକ ଓ ଇସଲାମୀ ଚରମ ପନ୍ଥା ବିରୋଧୀ ଦେଶ ଭାବେ ବିଶ୍ୱାସ କରେ । ହେଲେ ସୁସମ୍ପର୍କ ସତ୍ୱେ ଅମେରିକାର ଅଧିକାରୀ ଏହିପରି ମାମଲାରେ ସେ କେବେ ନିଜ ଭିନ୍ନ ମନ୍ତବ୍ୟ ରଖିବା କିମ୍ବା ଆଲୋଚନା କରିବାକୁ ପଛାଏ ନାହିଁ । ମତ ପାର୍ଥକ୍ୟ ରହିଥିଲେ ହିଁ ବାଂଲାଦେଶ ନିଜ ଦେଶବାସୀଙ୍କ ମାନବ ଅଧିକାର ଓ ସମାଜର ସମର୍ଥନ କରିବ, ଏହା ସହ ଉଭୟ ଦେଶ ଭିତରେ ଉତ୍ତମ ଆର୍ଥିକ ସମ୍ପର୍କ ରକ୍ଷା କରିବା ଦିଗରେ ଚେଷ୍ଟା କରିବ ବୋଲି ଆମେରିକା ଆଶା ରଖିଛି ।