୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ?

୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ?

୧୯୭୧ ରେ ବାଂଲାଦେଶ ସ୍ବାଧୀନ ହୋଇ ଏକ ଦେଶ ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ୨୦୦୯ ମସିହାରୁ ଏଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରେ ଅଛନ୍ତି । ଏହାର ଅର୍ଥ ସେ ଦୀର୍ଘ ୧୪ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି । ଆସନ୍ତା ୭ ଜାନୁଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେବେ ମୁଖ୍ୟ ବିରୋଧୀ ଦଳ ବିଏନପି ଏହି ନିର୍ବାଚନକୁ ବର୍ଜନ କରୁଥିବାର ଜଣାପଡିଛି । ଆଜିର ଷ୍ଟୋରିରେ ଆମେ ଜାଣିବା ଶେଖ ହସିନାଙ୍କ ଶାସନ କାଳରେ ବାଂଲାଦେଶ କେତେ ଅଗ୍ରଗତି କରିଛି  ।

୧୯୭୧ ମସିହାରୁ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଥିବା  ବାଂଲାଦେଶରେ ୭ ଜାନୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସଂସଦର ୩୫୦ ସଦସ୍ୟଙ୍କ ମଧ୍ୟରୁ ୩୦୦ ଜଣ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ୍ ଦ୍ୱର ନିର୍ବାଚିତ ହୋଇଥାନ୍ତି । ଅବଶିଷ୍ଟ ୫୦ ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ।  ଯେଉଁମାନେ ଶାସକ ଦଳ କିମ୍ବା ମିଳିତ ମଞ୍ଚ ଦ୍ୱାରା ମନୋନୀତ ହୋଇଥାନ୍ତି । ଭାରତ ଏବଂ ଅନ୍ୟାନ୍ୟ ଦେଶ ପରି ବାଂଲାଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ବର୍ତ୍ତମାନ ବାଂଲାଦେଶ ସରକାରଙ୍କ ମୁଖ୍ୟ ହେଉଛନ୍ତି ଶେଖ ହସିନା । ଆୱାମୀ ଲିଗର ଏହି ବରିଷ୍ଠ ନେତ୍ରୀ ୨୦୦୯ ଠାରୁ ଶାସନ କ୍ଷମତାରେ ଅଛନ୍ତି ।

ଯେତେବେଳେ ଶେଖ ହସିନା ପ୍ରଧାନମନ୍ତ୍ରୀଙ୍କ ଆସନରେ  ବସିଥିଲେ ସେତେବେଳକୁ ବାଂଲାଦେଶକୁ ମାତ୍ର ୩୮ ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ବାଂଲାଦେଶକୁ ୫୦ ବର୍ଷରୁ ଅଧିକ ହେଲାଣି । ଶେଖ ହସିନା ଗତ ୧୪ ବର୍ଷ ଧରି କ୍ଷମତାରେ ଅଛନ୍ତି । ଏହି କିଛି ବର୍ଷ ମଧ୍ୟରେ ବାଂଲାଦେଶର ପରିଚୟ ନିଶ୍ଚିତ ଭାବରେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ବୃଦ୍ଧି ପାଇ ଆସୁଛି ।

ହାସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଜି କେଉଁଠାରେ ପହଞ୍ଚିଛି ?

ଆର୍ଥିକ ଅଗ୍ରଗତି ଘଟିଛି ବାଂଲାଦେଶ ଏକ ମୁସଲମାନ ସଂଖ୍ୟାଲଘୁ ରାଷ୍ଟ୍ର । ଏହା ଏକଦା ଦୁନିଆର ସବୁଠାରୁ ଗରିବ ଦେଶ ଥିଲା ।  ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଖିଦୁର୍ଶିଆଆ ଆର୍ଥିକ ସଫଳତା ହାସଲ କରିଛି । ଏହା ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ବୋଲି ଗଣାଯାଉଛି । ଏହାର ମୁଣ୍ଡପିଛା ଆୟ ତିନି ଗୁଣ ବୃଦ୍ଧି ପାଇଛି । ବିଶ୍ୱ ବ୍ୟାଙ୍କ ଆକଳନ କରିଛି ଯେ ଗତ ୨୦ ବର୍ଷ ମଧ୍ୟରେ ବାଂଲାଦେଶରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିବାରେ ସକ୍ଷମ ହେଇ ପାରିଛନ୍ତି ।  ଦେଶର ପାଣ୍ଠି ଏବଂ ଋଣ ବ୍ୟବହାର କରି ଶେଖ ହସିନାଙ୍କ ସରକାର ଗଙ୍ଗା ଉପରେ ୨.୯  ବିଲିୟନ ଡଲାରର ପଦ୍ମ ବ୍ରିଜ ସମେତ ବୃହତ ପ୍ରକଳ୍ପ ଆରମ୍ଭ କରିଥିଲେ। କେବଳ ଏହି ସେତୁ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୧.୨୩% ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ନଭେମ୍ବରରେ ଏଠାରେ ମୁଦ୍ରାସ୍ଫୀତି ପ୍ରାୟ ୯.୫% ଥିଲା । ଅନ୍ୟ ଦେଶମାନଙ୍କ ପରି କରୋନା ମହାମାରୀ ମଧ୍ୟ ବାଂଲାଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା ।

ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୧ ରେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ୪୮ ବିଲିୟନ ଡ଼ଲାରରୁ ବର୍ତ୍ତମାନ ପ୍ରାୟ ୨୦ ବିଲିୟନ ଡ଼ଲାରକୁ ଖସି ଆସିଛି । ୨୦୧୬  ଠାରୁ ଏହାର ବୈଦେଶିକ ଋଣ ମଧ୍ୟ ଦ୍ୱିଗୁଣିତ ହୋଇଛି । ଚୀନ୍ ପରେ ବାଂଲାଦେଶ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୟନ ରପ୍ତାନକାରୀ ଦେଶ ଅଟେ । ଗତ ବର୍ଷ ଏହା ୪୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପୋଷାକ ରପ୍ତାନି କରିଥିଲା ।

କରୋନା ବାଂଲାଦେଶର ଅର୍ଥନୈତିକ ପ୍ରଗତି ଉପରେ ଏକ ବ୍ରେକ୍ ଲଗେଇଛି ଏବଂ ଏହା ପରିସଂଖ୍ୟାନରେ ସ୍ପଷ୍ଟ ଦେଖାଯାଉଛି । ଢାକା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ୪.୭ ବିଲିୟନ ଡଲାର ଋଣ ପାଇଁ ଆବେଦନ କରିଛି । ତେଣୁ ନିର୍ବାଚନ ପରେ ଯିଏ ସରକାର ଗଠନ କରେ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ତାଙ୍କୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ ।

ଶେଖ ହସିନାଙ୍କ ଉପରେ ଏହି ସବୁ ଆରୋପ ଲାଗିଛି

ସାଧାରଣ ନିର୍ବାଚନକୁ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ବର୍ଜନ କରୁଛି ବୋଲି ଜଣାପଡିଛି । ଦଳ କହିଛି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ନ୍ୟାୟପୂର୍ଣ୍ଣ ନିର୍ବାଚନ କରିବେ ବୋଲି ଏଥିରେ ତାଙ୍କର କୌଣସି ବିଶ୍ୱାସ ନାହିଁ । ବିରୋଧୀ ଦଳର ନେତାମାନେ ତାଙ୍କୁ ଇସ୍ତଫା ଦେବା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଅଧୀନରେ ନିର୍ବାଚନ କରିବାକୁ ଦାବି କରିଥିଲେ, ଯାହାକୁ ସେ (ଶେଖ ହସିନା) ପ୍ରତ୍ୟାଖ୍ୟାନ କରିଥିଲେ। ବରିଷ୍ଠ NNPP ନେତା ଅବଦୁଲ ମୋଇନ୍ ଖାନ କହିଛନ୍ତି ଯେ ଜାନୁଆରୀରେ ଆମେ ଯାହା ଦେଖିବାକୁ ଯାଉଛୁ ତାହା ଏକ ନକଲି ନିର୍ବାଚନ। ବାଂଲାଦେଶରେ ଗଣତନ୍ତ୍ର ମରିଯାଇଛି । ବହୁପକ୍ଷୀୟ ବ୍ୟବସ୍ଥା ପାଇଁ ଲଢୁଥିବା ନେତାଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଏବଂ ଆଜି ତାଙ୍କୁ ଗଣତନ୍ତ୍ର ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

୧୯୮୦ ମସିହାରେ ଜେନେରାଲ ହୁସେନ୍ ମହମ୍ମଦ ଏରଶାଦଙ୍କ ଶାସନ କାଳରେ ଶେଖ ହସିନା ରାସ୍ତାରେ ଯାଇଥିଲେ । ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେଗମ୍ ଖାଲେଦା ଜିଆଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କ ସହ ହାତ ମିଳାଇଥିଲେ । ଶେଖ ମୁଜିବୁର ରହମାନଙ୍କ ବଡ ଝିଅ ଶେଖ ହସିନା ପ୍ରଥମେ ୧୯୯୬ ରେ କ୍ଷମତାକୁ ଆସିଥିଲେ । ଏହା ପରେ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ NNPP ୨୦୦୧  ନିର୍ବାଚନରେ ​​ ହାରିଥିଲା । ୨୦୦୭ ରେ ଯେତେବେଳେ ତାଙ୍କ ଘରେ ଚଢାଉ କରାଯାଇଥିଲା ସେତେବେଳେ ଶେଖ ହସିନା ବାଂଲାଦେଶର ବିରୋଧୀଦଳର ନେତା ଥିଲେ । ତାଙ୍କୁ ଢାକା କୋର୍ଟରେ ହାଜର କରାଯାଇଥିଲା ।  ଯେଉଁଠାରେ ତାଙ୍କୁ ଜବରଦସ୍ତ ହପ୍ତା ଅସୁଲି ଅଭିଯୋଗରେ ଗିରଫ କରାଯାଇଥିଲା । ଶେଖ ହସିନା ଏହି ଅଭିଯୋଗକୁ ଆଗାମୀ ନିର୍ବାଚନରେ ​​ଅଂଶଗ୍ରହଣ ନକରିବାକୁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ । ସେ ସେତେବେଳେ କହିଥିଲେ ଯେ ସେ ନିଜ ଲୋକଙ୍କ ଅଧିକାର ପାଇଁ ଲଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe