କନକ ବ୍ୟୁରୋ : ବାଂଗ୍ଲାଦେଶର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ରେ ଭାଗ ନେଇ ଦେଶ ପାଇଁ ଅନେକ କିର୍ତ୍ତୀ ଅର୍ଜନ କରିଥିବା କ୍ରିକେଟର ମହମ୍ମଦ ସୌଜିବ ଆଉ ଦୁନିଆରେ ନାହାନ୍ତି । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୨୧ ବର୍ଷିୟ ସୌଜିବ୍ ବାଂଗ୍ଲାଦେଶର ୧୯ ବର୍ଷରୁ କମ୍ ଟିମ୍ ପାଇଁ ଅନେକ ମ୍ୟାଚ୍ ଖେଳିଥିଲେ । ଏହାସହ ସେ ବାଂଲାଦେଶ ଟିମ୍ ରେ ଯୋଗ୍ୟ ଘୋଷିତ ହୋଇ ଥରେ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ । ଏହାସହ ଏହି ଯୁବ କ୍ରିକେଟର ଏସିଆ କପ୍ ଟିମ୍ ରେ ବି ସାମିଲ ହୋଇଥିଲେ ।

Advertisment

୨୦୧୮ ରେ ସେ ସେନେପୁକୁର ତରଫରୁ ବାଂଗ୍ଲାଦେଶରର ଏ ଟିମ୍ ରେ ସାମିଲ ହୋଇଥିଲେ । ଯେଉଁଥିରେ କି ସେ ଦୁଇଟି ପାଳିରେ ୯ ଓ ୧ ରନ କରିବାକୁ ସକ୍ଷମ ହୋଇଥିଲେ । ଏହା ପରେ ୨୦୧୮ ମସିହାରେ ସେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ । ଏହା ସହ ବଙ୍ଗବନ୍ଧୁ ଟି-୨୦ ମ୍ୟାଚ୍ ପାଇଁ ଲିଷ୍ଟରେ ତାଙ୍କ ନାମ ନଥିଲା । ବାଂଗ୍ଲାଦେଶ କ୍ରିକେଟବୋର୍ଡର ଡେଭଲପମେଣ୍ଟ ମ୍ୟାନେଜର ଅବୁ ଇନାମ କହିଛନ୍ତି କି ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିବା କାରଣରୁ ସେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି । ସେ ଆହୂୁରି କହିଛନ୍ତି କି ସୌଜିବ ୨୦୧୮ରେ ୧୯ ବର୍ଷରୁ କମ୍ ଟିମ୍ ରେ ସାମିଲ ହୋଇଥିଲେ । ଏସିଆ କପ୍ ରେ ସେ ଶ୍ରୀଲଙ୍କା ବିରୋଧରେ ଖେଳିଛନ୍ତି । ତାଙ୍କର ମୃତ୍ୟୁ ଆମ ସମସ୍ତଙ୍କୁ ମର୍ମାହତ କରିଛି ।