ଶେଷ ଲଢ଼େଇ ପାଇଁ ଚାଲିଛି ସଂଘର୍ଷ ! ନେତା ବାଛୁଛନ୍ତି ଜନତା, କିଏ ହେବ ବାଙ୍ଗିରୀପୋଷିର ବାଦଶାହା ?

60

କନକ ବ୍ୟୁରୋ: ଶେଷ ଲଢ଼େଇ ପାଇଁ ଚାଲିଛି ଜୋରଦାର ସଂଘର୍ଷ । ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନସ୍ଥ ବାଙ୍ଗିରୀପୋଷି ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ଛକାପଞ୍ଝା । ନିଜ ନିଜର ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ତେବେ ପ୍ରମୁଖ ଦଳରୁ କାହାକୁ ବାଙ୍ଗିରୀପୋଷିର ବାଦଶାହା କରାଇବେ ଭୋଟର ତାହା ଉପରୁ ଆସନ୍ତା ମେ’୨୩ ତାରିଖରେ ପରଦା ଉଠିବ । ତେବେ କ’ଣ କହୁଛି ଏହି ବିଧାନସଭା କ୍ଷେତ୍ରର ରାଜନୈତିକ ଗଣିତ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡ଼ି – ସୁଦାମ ମାର୍ଣ୍ଡି
କଂଗ୍ରେସ – ଫାଗୁ ହାଁସଦା
ବିଜେପି – ସୁକୁଦା ମୁର୍ମୁ

୨୦୧୯-ବିଜେଡି: ସୁଦାମ ମାର୍ଣ୍ଡି
– ୩ଥର ବିଧାୟକ ( ୨ଥର ଜେଏମଏମ୍, ଥରେ ବିଜେଡି )
– ପୂର୍ବତନ ସାଂସଦ ( ଜେଏମଏମ୍ )
– ପୂର୍ବତନ ମନ୍ତ୍ରୀ ( କ୍ରୀଡ଼ା )

୨୦୧୯-ଜେଏମଏମ୍: ଫାଗୁ ହାଁସଦା
– ଜେଏମ୍ଏମ୍ର ଲୋକପ୍ରିୟ ନେତା
– ୨୦୦୪ରୁ ଜେଏମଏମ୍ ସହ ଜଡ଼ିତ
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-ବିଜେପି: ସୁକୁଦା ମୁର୍ମୁ
– ପୂର୍ବତନ ଜେଏମଏମ୍ ଏବଂ ବିଜେଡ଼ି ନେତା
– ବିଜେଡିରୁ ବିଜେପିରେ ସାମିଲ
– ପୂର୍ବତନ ସମିତି ସଭ୍ୟ
– ପତ୍ନୀ ସୁଭଦ୍ରା ମୁର୍ମୁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ବାଙ୍ଗିରିପୋଷୀ ବ୍ଲକ୍, ସମାଖୁଂଟା ବ୍ଲକ୍ ଏବଂ କୁଳିୟାନା ବ୍ଲକକୁ ନେଇ ଗଠିତ
– ୧୯୬୧ରେ ନିର୍ବାଚନମଣ୍ଡଳୀ ଗଠିତ
– ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ଅନୁସୂଚିତ ଜନଜାତି ( ଏସ୍ଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୨୦୦୪ରୁ ବିଜେଡ଼ିର ଦବବଦା ରହିଛି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୫୬୮
– ମତ ଦେଇଥିଲେ – ୧ ଲକ୍ଷ ୫୩ ହଜାର ୫୪୪
– ଭୋଟଦାନ ହାର – ୮୪.୧୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                      ଦଳ            ଭୋଟ        ପ୍ରତିଶତ      ଫଳାଫଳ
ସୁଦାମ ମାର୍ଣ୍ଡି             ବିଜେଡି        ୬୨,୪୦୬   ୪୦.୬୪%    ବିଜୟୀ
ସୁନ୍ଦରମୋହନ ସିଂହ   କଂଗ୍ରେସ       ୨୬,୩୨୭   ୧୭.୧୫%    ପରାସ୍ତ
ପୁରୁଷୋତମ ନାଏକ   ବିଜେପି         ୩୦,୮୭୭   ୨୦.୧୧%    ପରାସ୍ତ
ଅଜେନ୍ ମୁର୍ମୁ            ଜେଏମଏମ୍    ୨୩୪୧୧     ୧୫.୨୫%   ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସୁଦାମ ମାର୍ଣ୍ଡି ନିର୍ବାଚନ ଜିତିଥିଲେ
– ୬୨ ହଜାର ୪୦୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ପୁରୁଷୋତମ ନାଏକଙ୍କୁ ପରାସ୍ତ କରିଥିଲେ
– ୩୧ ହଜାର ୫୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ