କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଚେନ୍ନାଇ । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ ଚେନ୍ନାଇ । ଚଳିତ ଆଇପିଏଲରୁ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି ଚେନ୍ନାଇ । ତେଣୁ ଆଜିର ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।
ଚଳିତ ଆଇପିଏଲରେ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ ପରାଜୟକୁ ସାମ୍ନା କରିଛି । ଫଳରେ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ଲାଭ କରି ପଏଣ୍ଟ ଟେବୁଲର ସବାଶେଷରେ ରହିଛି ।
ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସ, ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଚେନ୍ନାଇରେ ସାମ କୁରାନ, ଫାପ ଡୁପ୍ଲେସିସ, ଅମ୍ବାତି ରାଇଡୁଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/933364-cskvsrcb-2.jpg)