କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲି କ୍ୟାପିଟାଲ । ଆଉ ଏହି ମ୍ୟାଚ ଉପରେ ସବୁଠୁ ଅଧିକ ନଜର ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋକ ଦଳ । କାରଣ ଆଜିର ମ୍ୟାଚରେ ନିର୍ଣ୍ଣୟ ହେବ ଚତୁର୍ଥ ଦଳ ଭାବେ କିଏ ପ୍ଲେ ଅଫରେ ପ୍ରବେଶ କରିବ । ଯଦି ଆଜି ମୁମ୍ବାଇ ଜିତି ଯାଉଛି ତେବେ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିବ, ନଚେତ ଦିଲ୍ଲୀ ବିଜୟ ସହ ପ୍ଲେ ଅଫକୁ ଯିବ ।
ତେବେ ଏହି ମ୍ୟାଚ ପୂର୍ବରୁ ସୋସିଆଲମିଡିଆରେ ଆରସିବି ଫ୍ୟାନମାନେ ମୁମ୍ବାଇକୁ ସପୋର୍ଟ କରୁଛନ୍ତି । ଏହାରି ମଧ୍ୟରେ ବାଙ୍ଗାଲୋର ମଧ୍ୟ ମୁମ୍ବାଇ ରଙ୍ଗରେ ରଙ୍ଗୀନ ହୋଇସାରିଲାଣି । ବାଙ୍ଗାଲୋର ନିଜ ଟ୍ୱିଟର ପ୍ରୋଫାଇ ଫଟୋ ପରିବର୍ତ୍ତନ କରି ଲାଲ ବଦଳରେ ନୀଳ ରଙ୍ଗ କରିଛି । ଯାହାକି ମୁମ୍ବାଇ ଇଣ୍ଡିଆନ୍ସର ରଙ୍ଗ । ଏହାସହ ମୁମ୍ବାଇକୁ ସମର୍ଥନ କଲା ଭଳି ଅନେକ ପୋଷ୍ଟ ମଧ୍ୟ କରିଛି ବାଙ୍ଗାଲୋର ।
ତେବେ ବାଙ୍ଗାଲୋରର ଏହି ପୋଷ୍ଟ ପରେ ୟୁଜର୍ସମାନେ ଏହାର ମଜା ଉଠାଉଛନ୍ତି । ଏହାସହ ବାଙ୍ଗାଲୋରକୁ ମଧ୍ୟ ଟ୍ରୋଲ କରି କମେଣ୍ଟ ଦେଉଛନ୍ତି । କେବଳ ବାଙ୍ଗାଲୋର ଦଳ ନୁହେଁ ୱିକେଟ କିପର ଦିନେଶ କାର୍ତ୍ତିକ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ମୁମ୍ବାଇରେ ଖେଳୁଥିବା ସମୟର ଏକ ଫଟୋ ସେୟାର କରିଛନ୍ତି ।