ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ । ମୁମ୍ବାଇକୁ ୨୦୨ ରନର ବିଶାଳ ଟାର୍ଗେଟ ଦେଲା ବାଙ୍ଗାଲୋର । 

218

କନକ ବ୍ୟୁରୋ : ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୧ରନର ବିଶାଳ ସ୍କୋର କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ମୁମ୍ବାଇ ଆଗରେ ୨୦୨ ରନର ଟାର୍ଗେଟ ରହିଛି । ଏବେ ମୁମ୍ବାଇର ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍୍ ଖେଳିବାକୁ ହେବ ।

ଏହି ମ୍ୟାଚରେ ଟସ୍୍ ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ଦଳର ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୫୪ ଓ ଆରୋନ ଫିଞ୍ଚ ୫୨ ରନ କରିଥିଲେ । ହେଲେ ଡିଭିଲିୟର୍ସଙ୍କ ଧୂଆଁଧାର ୫୫ ରନ୍୍ ବଳରେ ଦଳ ୨୦ ଓଭରରେ ୧୯୦ ରନ କରିବାକୁ ଓ ସକ୍ଷମ ହୋଇଥିଲା ।

ବର୍ତ୍ତମାନ ୨୦୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପ କ୍ଷରୁ ରୋହିତ ଶର୍ମା ଓ ଡିକକ୍୍ ପାଳି ଆରମ୍ଭ କରିବେ । ଦଳ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ତେଣୁ ମୁମ୍ବାଇ ଆରମ୍ଭରୁ ବଡ ସଟ୍୍ ଖେଳିବ ।