ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୯୪ ରନ କଲା ବାଙ୍ଗାଲୋର । କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ।

136

କନକ ବ୍ୟୁରୋ : ଆଜିର ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୧୯୪ ରନର ବିଶାଳ ସ୍କୋର କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହାସହ ଏବେ କୋଲକାରା ନାଇଟ ରାଇଡର୍ସ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଟସ୍୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଡିଭିଲିୟର୍ସ ବିସ୍ଫୋରକ ୭୩ ରନ କରିଥିଲେ । ସେହିପରି ଆରୋନ ଫିଞ୍ଚ ୪୭, ଦେବଦତ୍ତ ପାଡିକଲ ୩୨ ଓ ବିରାଟ କୋହଲି ୩୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୨ ୱିକେଟ ହରାଇ ୧୯୪ ରନ କରିଛି ।

ଏବେ କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏବେ ଦୁଇ ଓପନର ମୈଦାନକୁ ଓହ୍ଲାଇବେ ।