କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ପାଡିକଲ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୫୨ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ ହେବ ।

Advertisment

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ବାଙ୍ଗାଲୋର ଦଳ । ହେଲେ ବାଙ୍ଗାଲୋର ପକ୍ଷରୁ କେହି ବି ଭଲ ପ୍ରଦର୍ଶନ କରିପାରିନଥିଲେ । ଦଳ ପକ୍ଷରୁ ପ।।ଡିକଲ ୫୦, ଡିଭିଲିୟର୍ସ ୩୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ କରିବାରେ ସକ୍ଷମ ହୋଇଥିଲା ।

ଏବେ ଦିଲ୍ଲୀ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରହିବ । ଦିଲ୍ଲୀରେ ରିଷବ ପନ୍ତ, ଶ୍ରେୟାସ ଆୟର, ପୃଥୀ ଶ, ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି ।