କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଚହଲଙ୍କ ଚମତ୍କାର ବୋଲିଂ ଯୋଗୁଁ ବିଜୟ ହାସଲ କରିଛି ବାଙ୍ଗାଲୋର ଟିମ । ଏହି ମ୍ୟାଚରେ ପଞ୍ଜାବକୁ ୬ ରନରେ ପରାସ୍ତ କରିଛି ବାଙ୍ଗାଲୋର ଟିମ । ଏହି ବିଜୟ ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି ବାଙ୍ଗାଲୋର ଦଳ ।
ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ଆକ୍ରାଣାତ୍ମକ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହାପରେ ମ୍ୟାକ୍ସୱେଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ହେଲେ ଶେଷ ଓଭରରେ ମହମ୍ମଦ ସାମି ୩ ୱିକେଟ ନେଇ ମ୍ୟାଚର ଗତିକୁ ବଦଳାଇ ଦେଇଥିଲେ ।
ଏହି ମ୍ୟାଚରେ ମ୍ୟାକ୍ସୱେଲ ୫୭, ପାଡିକଲ ୪୦ ଓ କୋହଲି ୨୫ ରନ କରିଥିଲେ । ଫଳରେ ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା ।