କର୍ଣ୍ଣାଟକ ରାଜ୍ୟୋତ୍ସବରେ ଉନ୍ମୋଚିତ ହେଲା ଓଡିଆ ବୈଜ୍ଞାନିକଙ୍କ ପୁସ୍ତକ । ଓଡିଶା ଓ କର୍ଣ୍ଣାଟକର ସମ୍ପର୍କକୁ ନେଇ କରାଯାଇଛି ରଚନା

171

କନକ ବ୍ୟୁରୋ : ବେଙ୍ଗାଲୁରୁ ଅନ୍ତର୍ଜାତୀୟ କେନ୍ଦ୍ରରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସରେ ଉଦଘାଟିତ ହୋଇଯାଇଛି ବୈଜ୍ଞାନିକ ତଥା ଲେଖକ ଶୁଭ୍ରାଂଶୁ ମହାପାତ୍ରଙ୍କ ରଚିତ ପୁସ୍ତକ ‘ବିୟଣ୍ଡ’ ସ୍ପଷ୍ଟ: ଓଡ଼ିଶା –କର୍ଣ୍ଣାଟକ ସଂପର୍କ । ସେପ୍ଟେମ୍ବର ପହିଲାରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସ ଅବସରରେ ଏହି ପୁସ୍ତକ ଉଦଘାଟିତ ହୋଇଛି ।

ଏହି ପୁସ୍ତକରେ ମୌର୍ଯ୍ୟ କାଳରୁ ଆଜି ପର୍ଯ୍ୟନ୍ତ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ସଂପର୍କ ବାବଦରେ ଆଲୋଚନା କରାଯାଇଛି । ଏଥିରେ ବର୍ଷ ବର୍ଷ ଧରି ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ, ଧାର୍ମିକ, ସାହିତ୍ୟିକ ଓ ଶିକ୍ଷାଗତ ସଂପର୍କ ଉପରେ ଲେଖାଯାଇଛି । କେବଳ ବେଙ୍ଗାଲୁରୁରେ ପ୍ରାୟ ୧୦ ଲକ୍ଷ ଓଡିୃା  ଥିବାରୁ ଏ ଦିଗରେ ସେଠିକାର ପାଠକଙ୍କ ବେଶ ଆଗ୍ରହ ରହିଛି । ତେବେ ଏ ବିଷୟରେ ଆଗରୁ କୌଣସି ପୁସ୍ତକ ପ୍ରକାଶିତ ହୋଇନାହିଁ । ଏବଂ ଇଣ୍ଟରନେଟରେ ଏନେଇ  ସୀମିତ ସୂଚନା ରହିଥିବାରୁ ଏହା ପାଠକଙ୍କ ପାଖରେ ଆଦୃତ ହେବ ବୋଲି ଅନୁମାନ କରାଯାଉଛି । ଏହି ପୁସ୍ତକରେ ଅନେକ ଆକର୍ଷଣୀୟ ସୂଚନା ରହିଛି, ଯାହା ସାଧାରଣ ଲୋକଙ୍କୁ ଜଣାନାହିଁ ।