କନକ ବ୍ୟୁରୋ: ବାହୁବଳୀ ମୁଖତାର ଅନସାରୀକୁ ବାରାଣସୀର କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ସଜା ଶୁଣାଇଛନ୍ତି । ଅବଧେଶ ରାୟ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରଦଣ୍ଡ ଶୁଣାଯାଇଛି । ରାୟ ଶୁଣାଇବା ପରେ ମୁଖାତାର ଚିନ୍ତିତ ନଜର ଆସିଥିଲା ।
ବାନ୍ଦା ଜେଲର ଅଧୀକ୍ଷକ ବିରେଶ ରାଜ ଶର୍ମା କହିଛନ୍ତି, ଅବଧେଶ ରାୟ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀ ଭିଡିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ । ୧୯୯୧ ଅଗଷ୍ଟ ୩ ତାରିଖରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର ଅନସାରୀଙ୍କୁ ଦୋଷୀ କରାଯାଇଥିଲା । ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାରେ ବାରାଣସୀର ଏମପି, ଏମଏଲଏ କୋର୍ଟ ରାୟ ଶୁଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/hdhdhd.jpg)