କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ର ସହିତ ବଣ୍ଡା ଯୁବତୀଙ୍କ ଅନୁଭୂତି । ପୂର୍ବ ସ୍ୱାସ୍ଥ୍ୟକେନ୍ଦ୍ର ଓ ମୋ ହସ୍ପିଟାଲ ହେଲା ପରେ ପରିବର୍ତ୍ତନର ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସିଧାସଳଖ ଅନୁଭୂତି ରଖିଲେ ବଣ୍ଡା ଯୁବତୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ଆସିବା ପରେ ସମସ୍ୟା ଭୋଗୁଥିଲେ । ଏବେ କିନ୍ତୁ ତାହା ଦୂର ହୋଇଥିବା ମୁଖ୍ୟମନ୍ତ୍ରୀ ଓ ଫାଇପ୍ – ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଙ୍କ ନିକଟରେ ନିଜର ମତ ରଖିଥିଲେ ବଣ୍ଡାଘାଟି ର ଯୁବତୀ ବୁଦାଇ ଧାଙ୍ଗଡାମାଝି ।

Advertisment

ମାଲକାନଗିରି ଜିଲ୍ଲା ମାଥିଲି ସବ ଡିଭିଜନ ମେଡିକାଲକୁ ରୂପାନ୍ତରୀକରଣ ପରେ ମୋ ହସପିଟାଲ ଅଧିନରେ ପରିବର୍ତନ କରାଯାଇଛି । ଉଦଘାଟନ ସମାରୋହରେ ଭିଡିଓ କନଫେରେନ୍ସରେ ବଣ୍ଡା ଯୁବତୀ ବୁଦାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜର ଅନୁଭୂତି ବଖାଣିଛନ୍ତି । ବଣ୍ଡାଘାଟି ଓ ଉପାନ୍ତ ଅଂଚଳରେ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ୍ ସେବା ପାଇପାରୁଥିବା କହିଛନ୍ତି ବଣ୍ଡାଘାଟି ର ବୁଦାଇ ଧାଙ୍ଗଡାମାଝି ।