କେବଳ ମଣିଷ ନୁହେଁ ପେଟ ବି ମାରୁଛି କରୋନା । ପୋଲସରାରୁ ଆସିଲା କରୋନା କଷ୍ଟର ଆଉ ଏକ କାହାଣୀ । ବୁଡ଼ି ଗଲା ବ୍ୟାଣ୍ଡ, ପେଟ ପାଇଁ ବାଉଁଶ କାରିଗର ସାଜିଲେ ବୁଗୁଡ଼ାର କେ.ପ୍ରକାଶ ପାତ୍ର

558

କନକ ବ୍ୟୁରୋ: ପେଶା ବୁଡ଼ି ଯିବାର ଦୁଃଖ ରହିଛି, ନୂଆ ଜୀବିକା ବାଛି ନେବାର ସାହସ ବି ରହିଛି । ଦିିନେ ବ୍ୟାଣ୍ଡ ପାର୍ଟିର ମାଲିକ ଥିବା ପ୍ରକାଶ, ଏବେ ବାଉଁଶ କାରିଗର । ୧୦ରୁ ୧୨ ଜଣକୁ ରୋଜଗାର ଦେଉଥିବା ମଣିଷ, ଏବେ ନିଜ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି ।

ମହାମାରୀ ଆସି କେବଳ ମଣିଷ ମାରିଲାନି, ବରଂ କେ. ପ୍ରକାଶ ପାତ୍ରଙ୍କ ଭଳି ଶହ ଶହ ଛୋଟ ଛୋଟ ଉଦ୍ୟୋଗୀଙ୍କ ଉଦ୍ୟୋଗକୁ ମାରିଦେଲା । ଯେଉଁ ପିଲାମାନେ ତାଙ୍କ ବ୍ୟାଣ୍ଡରେ କାମ କରୁଥିଲେ, ସେମାନଙ୍କୁ ଟଙ୍କା ଦେବାକୁ ସମର୍ଥ ହେଲେନି ପ୍ରକାଶ ।

ଏଭଳି ସ୍ଥିତିରେ ବାଉଁଶ କାମ ଜାଣିଥିବାରୁ ପାଲଟିଗଲେ ବାଉଁଶ କାରିଗର । ପ୍ରକାଶଙ୍କ ଏହି ନୂଆ ପେଶାରେ ତାଙ୍କ ପରିବାର ବି ସହଯୋଗ କରୁଛନ୍ତି । ତାଙ୍କ ପତ୍ନୀ ଓ ପୁଅଙ୍କ ସହ ମିଶି, ବାଉଁଶ ସାମଗ୍ରୀ ତିଆରି କରି ବହୁ କଷ୍ଟରେ ଚଳୁଛନ୍ତି ।

Comments are closed.