କନକ ବ୍ୟୁରୋ: ପେଶା ବୁଡ଼ି ଯିବାର ଦୁଃଖ ରହିଛି, ନୂଆ ଜୀବିକା ବାଛି ନେବାର ସାହସ ବି ରହିଛି । ଦିିନେ ବ୍ୟାଣ୍ଡ ପାର୍ଟିର ମାଲିକ ଥିବା ପ୍ରକାଶ, ଏବେ ବାଉଁଶ କାରିଗର । ୧୦ରୁ ୧୨ ଜଣକୁ ରୋଜଗାର ଦେଉଥିବା ମଣିଷ, ଏବେ ନିଜ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି ।
ମହାମାରୀ ଆସି କେବଳ ମଣିଷ ମାରିଲାନି, ବରଂ କେ. ପ୍ରକାଶ ପାତ୍ରଙ୍କ ଭଳି ଶହ ଶହ ଛୋଟ ଛୋଟ ଉଦ୍ୟୋଗୀଙ୍କ ଉଦ୍ୟୋଗକୁ ମାରିଦେଲା । ଯେଉଁ ପିଲାମାନେ ତାଙ୍କ ବ୍ୟାଣ୍ଡରେ କାମ କରୁଥିଲେ, ସେମାନଙ୍କୁ ଟଙ୍କା ଦେବାକୁ ସମର୍ଥ ହେଲେନି ପ୍ରକାଶ ।
ଏଭଳି ସ୍ଥିତିରେ ବାଉଁଶ କାମ ଜାଣିଥିବାରୁ ପାଲଟିଗଲେ ବାଉଁଶ କାରିଗର । ପ୍ରକାଶଙ୍କ ଏହି ନୂଆ ପେଶାରେ ତାଙ୍କ ପରିବାର ବି ସହଯୋଗ କରୁଛନ୍ତି । ତାଙ୍କ ପତ୍ନୀ ଓ ପୁଅଙ୍କ ସହ ମିଶି, ବାଉଁଶ ସାମଗ୍ରୀ ତିଆରି କରି ବହୁ କଷ୍ଟରେ ଚଳୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/592372af-0be1-4f36-88e5-6d0dc176a5aa.jpg)