ବନାରସ ବିଶ୍ୱବିଦ୍ୟାଳୟ ଗବେଷଣାରେ ବଡ଼ ଦାବି: କରୋନା ଟିକା କୋଭାକ୍ସିନର ରହିଛି ପାଶ୍ୱର୍ପ୍ରତିକ୍ରିୟା

185

କନକ ବ୍ୟୁରୋ: ବନାରସ ବିଶ୍ୱବିଦ୍ୟାଳୟ ଗବେଷଣାରେ ବଡ ଦାବି । କରୋନା ଟିକା କୋଭିସିଲ୍ଡ ପରେ କୋଭାକ୍ସିନରେ ଦେଖାଦେଉଛି ପାଶ୍ୱର୍ ପ୍ରତିକ୍ର୍ରିୟା । ରିପୋର୍ଟ ସାମ୍ନାକୁ ଆସିବା ପରେ ବଡ଼ ଖୁଲାସା ହୋଇଛି । ଟିକା ନେଇଥିବା ୧ ହଜାର ୨୪ ଜଣଙ୍କ ଅଧ୍ୟୟନ କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କୋଭାକ୍ସିନକୁ ଭାରତରେ ପ୍ରସ୍ତୁତ କରାଯାଇଥିଲା । ଦେଶର ଅନେକ ଲୋକଙ୍କୁ ଏହି ଭ୍ୟାକ୍ସିନ ଦିଆଯାଇଛି । ଏବେ କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟା ନେଇ ତଥ୍ୟ ସାମ୍ନାକୁ ଆସିଛି । ଭ୍ୟାକ୍ସିନର ସାଇଡ ଇଫେକ୍ଟ ଜାଣିବା ପାଇଁ ୬୩୫ ଜଣ ଯୁବକ ଯୁବତୀ ଓ ୩୯୧ ଜଣ ବୟସ୍କଙ୍କୁ ନେଇ ଏକ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇଥିଲା । ତେବେ ଏହି ଅଧ୍ୟୟନରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୪୮ ପ୍ରତିଶତଙ୍କ ଠାରେ ‘ଭାଇରାଲ ଅପର ରେସପୋରେଟ୍ରି’ ସଂକ୍ରମଣ ଦେଖାଦେଇଛି । ଯେଉଁଥିରେ ୪୨.୬ ପ୍ରତିଶତ ଯୁବକ ଯୁବତୀ ରହିଛନ୍ତି । ସେହିପରି ୧୦.୨ ପ୍ରତିଶତଙ୍କଠାରେ ଜେନେରାଲ ଡିସଅର୍ଡର ଦେଖିବାକୁ ମିଳିଛି । ୪.୭ ପ୍ରତିଶତଙ୍କଠାରେ ନାଡ଼ି ସମସ୍ୟା ଦେଖାଦେଇଛି । ୮.୯ ପ୍ରତିଶତଙ୍କଠାରେ ସାଧାରଣ ସମସ୍ୟା ଦେଖାଦେଇଛି । ୫.୮ ପ୍ରତିଶତ ଲୋକଙ୍କଠାରେ ମାଂସପେଶୀ ଜନିତ ସମସ୍ୟା ଦେଖାଦେଇଛି । ୪.୬ ପ୍ରତିଶତ ଯୁବତୀଙ୍କଠାରେ ରୁତୁସ୍ରାବ ଜନିତ ସମସ୍ୟା ଦେଖିବାକୁ ମିଳିଛି । ୨.୭ ପ୍ରତିଶତ ଯୁବତୀ ଆଖି ସମସ୍ୟା ଓ ୦.୬ ପ୍ରତିଶତଙ୍କଠାରେ ହାଇପର ଟେନସନ ସମସ୍ୟା ଦେଖିବାକୁ ମଳିଛି । ଏହି ଟିକା ନେବା ପରେ ମହିଳାଙ୍କଠାରେ ଥାଇରଏଡ ସମସ୍ୟା ମଧ୍ୟ ଦେଖାଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।