ଆପଣ ବଜାରରୁ କଦଳୀ ନିଶ୍ଚିତ କିଣୁଥିବେ । ୫ ରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ କଦଳୀ ବଜାରରେ ଉପଲବ୍ଧ । କିନ୍ତୁ କେବେ ୮୭,୦୦୦ ଟଙ୍କାର କଦଳୀ କେବେ କିଣିଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଏମିତି ଏକ ଘଟଣା ବ୍ରିଟେନ୍ ନାଟିଂହମରେ ମହିଳାଙ୍କ ସହିତ ଘଟିଛି।
ବବି ଗାର୍ଡନ୍ ନାମକ ଏହି ମହିଳା ବ୍ରିଟେନସ୍ଥିତ ଏକ ସୁପରମାର୍କେଟରୁ କଦଳୀ ଅନଲାଇନ୍ ଜରିଆରେ ଅର୍ଡର କରିଥିଲେ। ଯେତେବେଳେ ଏହି କଦଳୀର ବିଲ୍ ତାଙ୍କ ହାତରେ ଲାଗିଥିଲା ସେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। କାରଣ ଏହି କଦଳୀର ବିଲ୍ ସଧାରଣ ବିଲରୁ ବହୁଗୁଣ ଅଧିକ ଥିଲା। ବୋବିଙ୍କ ପାଖକୁ ଗୋଟିଏ କଦଳୀ ପାଇଁ ପାଖାପାଖି ୮୭,୦୦୦ଟଙ୍କାର ବିଲ୍ ଆସିଥିଲା। ଯାହାର ସାଧାରଣ ମୂଲ୍ୟ ୧୧ଟଙ୍କା ରହିଥାଏ। ବବି ହାତରେ ଭୁଲ ବିଲ୍ ଲାଗିବା ପରେ ସେ ଏହି ଘଟଣାକୁ ଟୁଇଟରରେ ସେୟାର କରିଥିଲେ। ଏହାପରେ ସୁପରମାର୍କେଟ ଚେନ୍ ତାଙ୍କୁ କ୍ଷମା ମାଗିବା ସହିତ ବିଲ୍ ବନାଉଥିବା କର୍ମଚାରୀଙ୍କ ଦ୍ୱାରା ଏହି ଭୁଲ ହୋଇଯାଇଛି ବୋଲି କହିଥିଲେ।
ସୁନା ନୁହଁ ଏହା ଏକ କଦଳୀ ! ଗୋଟିଏ କଦଳୀ ପାଇଁ ବିଲ୍ ଆସିଲା ୮୭,୦୦୦ ଟଙ୍କା ।
/kanak/media/post_attachments/wp-content/uploads/2018/04/1524128848HypCH.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)