ଏମିତି ଖାଉଛନ୍ତି କି କଦଳୀ । ହୋଇଯାଆନ୍ତୁ ସାବଧାନ, ଶରୀର ପ୍ରତି ପକାଇପାରେ କୁପ୍ରଭାବ

325

କନକ ବ୍ୟୁରୋ : ପ୍ରତିଟି ମଣିଷ ଅନ୍ୟ କିଛି ଖାଇବାକୁ ପଶନ୍ଦ କରୁ କି ନକରୁ କିନ୍ତୁ କଦଳୀ ଖାଇବାକୁ ନିଶ୍ଚିିନ୍ତ ପଶନ୍ଦ କରିଥାଏ । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କଦଳୀରେ ବହୁତଗୁଡିଏ ପୋଟାସିୟମ, ଫେଲେଟ ଓ ଟିଷ୍ଟ୍ରୋଫେନ ରହିଛି  । ତେଣୁ ଏହା ଶରୀର ପ୍ରତି ନିଶ୍ଚିନ୍ତ ଭାବେ ଉପକାରୀ । ପୋଷକତତ୍ତ୍ୱରେ ଭରପୁର ହୋଇଥିଲେ ବି କିଛି ପ୍ରଜାତୀର କଦଳୀ ରହିଛି ଯାହା ଆପଣଙ୍କ ଶରୀର ପ୍ରତି କ୍ଷତି ପହଂଚାଇପାରେ ।  କଦଳୀ ପଚାଇବାରେ ପ୍ରକ୍ରିୟାରୁ ଜଣାପଡିଥାଏ କି କେଉଁ କଦଳୀ ଶରୀର ପ୍ରତି ଉପକାରୀ ଓ କେଉଁ କଦଳୀ ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ଅଧିକ ପାଚିଥିବା କଦଳୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ସବୁଠାରୁ ଅଧିକ ପାଚିଥିବା କଦଳୀ ଶରୀର ପ୍ରତି ସର୍ବାଧିକ କ୍ଷତିକାରକ । ଏହାର ଚୋପାରେ ଅସିଥିବା ଟିକେ ଟିକେ ପଚିବା ଭଳି ରଙ୍ଗ ଆସିଥାଏ , ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ କଦଳୀ ଅଧିକ ପାଚିଛି ନା କମ୍ । କଦଳୀ ଅଧିକ ପାଚିଗଲେ ତା’ର ସ୍ୱସ୍ଥ ଷ୍ଟାର୍ଚ କମିଯାଇଥାଲ ଓ ଏହା ସୁଗାରରେ ପରିବର୍ତ୍ତନ ହୋଇଯାଇଥାଏ । ଅତ୍ୟାଧିକ ପାଚିଥିବା କଦଳୀରେ ସୁଗାର ମାତ୍ରା ୧୭.୪ ପ୍ରତିଶତ ହୋଇଥାଏ ସେତେବେଳେ ସାଧାରଣତ ପାଚିଥିବା କଦଳୀରେ ସୁଗାରର ମାତ୍ରା ୧୪.୪ ପ୍ରତିଶତ ।

ଆବଶ୍ୟକତା ଠାରୁ ଅଧିକ ପାଚିଥିବା କଦଳୀରେ ଫାଇବାରର ମାତ୍ରା କମ୍ ଥାଏ । ଏଥିରେ ମାତ୍ର ୧.୯ ପ୍ରତିଶତ ଫାଇବର ମିଳିଥାଏ । ଅନ୍ୟପଟେ ଅଳ୍ପ କଞ୍ଚାଥିବା କଦଳୀରେ ୩.୧ ପ୍ରତିଶତ ଫାଇବର ଥାଏ । କମ ପାଚିଥିବା କଦଳୀରେ କେବଳ ଫାଇବରର ମାତ୍ରା କମ ନଥାଏ । ଏହାସହ ଏଥିରେ ଭିଟାମିନ- ଏ, ବ-୬ ଓ ଭିଟାମିନ -କେ ବି କମମାତ୍ରାରେ ମିଳିଥାଏ । ରକ୍ତରେ ସର୍କରା ପରିମାଣ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣ ଅଧିକ ପାଚିଲା କଦଳୀ ଖାଇପାରିବେ । ହେଲେ ଆପଣ ଯଦି ଡାଇବେଟିକ ରୋଗୀ ତେବେ ପାଚିଲା କଦଳୀ ଖାଇବାରୁ ବିରତ ରୁହନ୍ତ ।