ଜନ୍ମବେଦୀରେ ଶ୍ରୀଜିଉ: ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି; ଅପରାହ୍ନରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

81

କନକ ବ୍ୟୁରୋ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନକଲେ ମୋକ୍ଷ ମିଳିଥାଏ ବୋଲି ଧର୍ମୀୟ ବିଶ୍ୱାସ ରହିଛି । ତେଣୁ ଜନ୍ମବେଦୀରୁ ଶ୍ରୀଜିଉଙ୍କ ଆଶୀର୍ବାଦ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ଆଜି ବନକ ଲାଗି ନୀତି ପାଇଁ ଦର୍ଶନ ବନ୍ଦ ରଖାଯିବ । ଆଜି ଅପରାହ୍ନରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ ରହିବ । ଏହାପରେ ବନକ ଲାଗି ନୀତି ପାଇଁ ଦର୍ଶନ ବନ୍ଦ ରଖାଯିବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁରର ମିଶ୍ରଣକୁ ଲାଗି କରାଯାଇ ବନକଲାଗି କରାଯିବ ।

ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ସାହାଣମେଲା ଦର୍ଶନ ସାଢେ ୮ଟା ଯାଏଁ ଚାଲିବ । ବାକି ସମୟରେ ଭକ୍ତ ମାନେ ପାରିମାଣିକ ଟିକେଟ୍ କାଟି ଭିତରକାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେପଟେ ଗତକାଲି ଚଳିତ ରଥଯାତ୍ରାରେ ପ୍ରଥମ ଆଡପ ଅବଢା ବାହାରିଛି । ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ସାରି ଆଡପ ଅବଢା ପାଇଛନ୍ତି ଶ୍ରଦ୍ଧାଳୁ ।
କାଳିଆ ସାଆନ୍ତଙ୍କ ଦର୍ଶନ ପରେ ମହା ଆନନ୍ଦରେ ଶରଧାବାଲିରେ ବସି ଆଡପ ଅବଢା ସେବନ କରିଛନ୍ତି ଶ୍ରଦ୍ଧାଳୁ ।

ସବୁଠୁ ବଡ କଥା ହେଉଛି, ରାତି ଅଧଯାଏଁ ଆଡପ ଅବଢା ପାଇଛନ୍ତି ଶ୍ରଦ୍ଧାଳୁ । ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ପରେ ଆସନ୍ତାକାଲି ହେରା ପଂଚମୀ ନୀତି ଅନୁଷ୍ଠିତ ହେବ । ରଥଯାତ୍ରାର ପଂଚମ ଦିନରେ ରଥ ଭାଙ୍ଗିବେ ଅଭିମାନୀନି ମାଆ ଲକ୍ଷ୍ମୀ ଠାକୁରାଣୀ ।