କନକ ବ୍ୟୁରୋ : ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି କରିଥାନ୍ତି । ଆସନ୍ତାକାଲି ହେରାପଂଚମୀ ଥିବାରୁ ଆଜି ଆଡପମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ।
ସୂଚନାଯୋଗ୍ୟ, ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଗତ ସୋମବାର ପବିତ୍ର ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ବିଧି ଅନୁଯାୟୀ, ଗତରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦ ବନ୍ଧା ଯାଇଥିଲା ଏବଂ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/9-16.jpg)