କନକ ବ୍ୟୁରୋ : ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଆଜି ହେବ ବନକ ଲାଗି ନୀତି । ଆଜି ରାତିରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ହେରାପଂଚମୀ ପୂର୍ବଦିନ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ତେଣୁ ସଂଧ୍ୟା ଧୁପ ପରେ ମହାପ୍ରଭୁଙ୍କ ବନକ ଲାଗି ନୀତିି ଆରମ୍ଭ ହେବ । ପ୍ରାୟ ୬ ଘଂଟା ଧରି ଏହି ନୀତି ହେବ ।
ସେପଟେ ହେରାପଂଚମୀ ପରଦିନ ପୁରୀ ଶରଧାବାଲିରେ ହେବ ତିନି ରଥର ଦକ୍ଷିଣ ମୋଡ । ତେଣୁ ଆଗାମୀ ୧୭ ତାରିଖରେ ରଥକୁ ଦକ୍ଷିଣ ମୋଡ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତ ହେଉଛି । ରଥଯାତ୍ରା ପୂର୍ବରୁ ଶରଧାବାଲିରୁ ପୁରୁଣା ବାଲିକୁ ହଟାଯାଇଥିଲା । ଏବେ ପୁଣି ଟ୍ରକ ଟ୍ରକ ବାଲି ଆଣି ଶରଧାବାଲିରେ ପକା ଯାଉଛି । ହେରା ପଂଚମୀରେ ମହାଲକ୍ଷ୍ମୀଙ୍କ ରଥଭଙ୍ଗା ନୀତି ପରେ ରଥର ଦକ୍ଷିଣ ମୋଡ ନୀତି କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/6-17.jpg)