କନକ ବ୍ୟୁରୋ : ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଂଚମୀ ତିଥି । ଶ୍ରୀଜିଉଙ୍କ ରତ୍ନବେଦୀରେ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ହେରାପଂଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନଷ୍ଠିତ ହୋଇଥିଲା । ନିଳାଦ୍ରୀବିଜେ ପରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରାଯିବ । ଦ୍ୱିତୀୟ ଭୋଗମଣ୍ଡପ ସଂପନ୍ନ ପରେ ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ନୀତି ସମ୍ପାଦିତ ହେବ ।

Advertisment

ଦତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂଗାର କରାଯିବ । ହିଂଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ସେପଟେ ଆଜି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଛି । ଭୋର ୬ଟା ୩୦ରେ ଦ୍ୱାର ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ୭ଟା ୧୦ରେ ମଙ୍ଗଳଆଳତୀ ନୀତି ହୋଇଛି ।