କନକ ବ୍ୟୁରୋ : ନଭେମ୍ବର ୨୬ ଓ ୨୭, ଦୁଇଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ଓ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୪ ଘଣ୍ଟା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ। ନୀତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଆପାତତଃ ଏହି ନୀତି ସଂଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ ବୋଲି ସ୍ଥିର ହୋଇଛି। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ସଂଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ପରଦିନ ଅର୍ଥାତ୍ ୨୭ ତାରିଖରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସିଂହାରୀ ସେବକମାନେ ଏହି ନୀତି ସଂପାଦନ କରିବେ। ଏହି ନୀତି ବି ସଂଧ୍ୟା ୫ରୁ ୯ଟା ଭିତରେ ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କର ୧୨ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ସମୟରେ ଏପରି ଭାବରେ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ନୀତି ସମୟରେ ମନ୍ଦିରର ଅନ୍ୟ ଦେବାଦେବୀଙ୍କର ଦର୍ଶନ ଭକ୍ତ କରିପାରିବେ ।
Follow Us