ଡାକ୍ତରଙ୍କ ନମୂନା ପଜିଟିଭ୍ ପରେ ବନ୍ଦ ହେଲା ସୁନ୍ଦରଗଡ ବଣେଇ ଉପଖଣ୍ଡ ଚିକିତ୍ସାଳୟ ଓପିଡି: ବିଶୋଧନ ହେଉଛି ମେଡିକାଲ, ଆକ୍ରାନ୍ତ ଡାକ୍ତରଙ୍କ ଚାଲିଛି କଂଟାକ୍ଟ ଟ୍ରେସିଂ

ସେପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଚିହ୍ନଟ ପରେ ଆର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ର୍ୟ କେନ୍ଦ୍ର ୨ ଦିନ ପାଇଁ ସିଲ୍

370

କନକ ବ୍ୟୁରୋ: ବନ୍ଦ ହେଲା ସୁନ୍ଦରଗଡ ବଣେଇ ଉପଖଣ୍ଡ ଚିକିତ୍ସାଳୟର ଓପିଡି । ଚିକିତ୍ସାଳୟର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଓପିଡି ସେବାକୁ ବନ୍ଦ କରାଯାଇଛି । ମେଡିକାଲର ସାନିଟାଇଜ କରାଯିବା ପରେ ଓପିଡି ଓ ଜରୁରୀକାଳୀନ ସେବା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଆକ୍ରାନ୍ତ ଡାକ୍ତରଙ୍କ କଂଟାକ୍ଟ ଟ୍ରେସିଂ ଚାଲିଛି । ଯେଉଁମାନେ ତାଙ୍କ ସଂଶସ୍ପର୍ଶରେ ଆସିଥିବା ତାଙ୍କୁ ସଂଗରୋଧରେ ପଠାଯିବ , ଏବଂ ସଂଶ୍ପର୍ସରେ ଆସିନଥିବା ବ୍ୟକ୍ତିଙ୍କୁ ନେଇ ଓପିଡି ଖୋଲାଯିବ ବୋଲି କୁହାଯାଇଛି ।

ସେପଟେ, ସିଲ ହେଲା ଆର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ର୍ୟ କେନ୍ଦ୍ର । ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଲ କରାଯାଇଛି । ୨ ଦିନ ପାଇଁ ସିଲ କରାଯାଇଛି । ଏହା ସହ ସପୂର୍ଣ୍ଣ ଆର ଉଦୟଗିରି ଗାଁକୁ ସାନିଟାଇଜ କରାଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି ।