ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ: ପରୀକ୍ଷା ଦେବା ପାଇଁ ସ୍କୁଲ ଯିବାକୁ ଡଙ୍ଗାର ସାହାରା ନେଲେ ଶିକ୍ଷାର୍ଥୀ 

164

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ପ୍ରବଳ ବର୍ଷା  । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ଲଗାଣ ବର୍ଷା ଜାରି ରହିଛି । ବେଙ୍ଗାଲୁରୁ ର ବିଭିନ୍ନ ସ୍ଥାନରୁ ବନ୍ୟାର କରାଳ ଦୃଶ୍ୟ ସାମ୍ନାକୁ ଆସିଛି । ପୋଲ ଓ ରାସ୍ତାଘାଟ ମରାମତି ପାଇଁ ୫ ଶହ କୋଟି ଟଙ୍କା ଘୋଣଣା କରିଛନ୍ତି କର୍ଣ୍ଣାଟକ ସରକାର । ଅନ୍ୟପଟେ ଆନ୍ଦ୍ରପ୍ରଦେଶ ଚିତୋର ଜ୍ିଲ୍ଲାରେ ୧୮ ଟି ଗାଁ ପାଣିରେ ଅଧା ବୁଡି ରହିଥିବା ଜଣାପଡିଛି ।

ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଜାରି ରହିଛି ବନ୍ୟା ବିତ୍ପାତ । କର୍ଣ୍ଣାଟକରେ ପ୍ରବଳ ବର୍ଷା ରାଜ୍ୟବାସୀଙ୍କ ପାଇଁ ସାଜିଛି କାଳ । ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସହର ହୋଇଛି ଜଳମଗ୍ନ । ରାଜଧାନୀ ବେଙ୍ଗାଲୁରୁରେ ସ୍ଥିତି ଉକ୍ରଟ ହୋଇଛି । ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି । ବେଙ୍ଗାଲୁରୁର ଏକାଧିକ ସ୍ଥାନ ଜଳ ମଗ୍ନ ହୋଇ ରହିଥିବା ବେଳେ ଯାତୟାତ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଂଚଳରୋ ଲୋକଙ୍କ ଘରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି । ଫଳକେ ପ୍ରଶାସନ ତରଫରୁ ଉଦ୍ଧାର କରାଯାଉଛି । ବେଙ୍ଗାଲୁରୁ ରାସ୍ତାରେ ଏନଡିଆରଏଫ ଙଙ୍ଗା ଦେଖିବାକୁ ମିଳିଛି । ପରିକ୍ଷା ଦେବାକୁ ଯାଉଥିବା ପରିକ୍ଷାର୍ଥୀଙ୍କୁ ଡଙ୍ଗା ସାହାଯ୍ୟରେ ନିଆଯାଉଥିବା ଦେଖିବାକୁ ମିଳିଛି । ସେହିପରି ବର୍ଷା ପାଇଁ କର୍ଣ୍ଣାଟକରେ ରବିବାର ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଲଗାଣ ବର୍ଷାରେ ଆନ୍ଦ୍ରପ୍ରଦେଶର ମଧ୍ୟ ହାଲ ବେହାଲ ହୋଇଛି । ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଆନ୍ଦ୍ରପଦେଶ ଚିତୋର ଜିଲ୍ଲା ବନ୍ୟାରେ ବିଭୀଷିକା ସରକାରଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି । ଶ୍ରିକାକୁଲମ ଜିଲ୍ଲା ହିନ୍ଦୁପୁରରେ ଏକ ଯାତ୍ରିବାହୀ ବସ ରାସ୍ତା କଡରେ ଥୁବା ଡେମ ରେ ପଡୁ ପଡୁ ବଂଚିଛି । ବସରେ ଥିବା ୩୦ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅନ୍ୟପଟେ  ଚିତୋର ଜିଲ୍ଲାରେ ଥିବା ୧୮ ଟି ଗାଁ ପାଣିରେ ଅଧା ବୁଡି ରହିଛି । ଫଳରେ ଲୋକ ନାହିଁ ନଥୁବା ଅସୁବିଧା ଦେଇ ଗତି କରୁଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।

କର୍ଣ୍ଣାଟକରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ବସବରାଜ ଜରୁରୀକାଳୀନ ବୈଠକ କରିଛନ୍ତି । ରାଜ ବନ୍ୟାରେ ଭୁଷୁଡି ପଡିଥିବା ପୋଲ ଓ ରାସ୍ତାର ମରାମତି ପାଇଁ ୫ ଶହ କୋଟି ଟଙ୍କା ଘୋଷଣା କରିଛନ୍ତି କଣ୍ଣାଟକ ସରକାର । ସେହିପରି ବେଙ୍ଗାଲୁରରେ ଜଳ ନିସ୍କାସନ ପାଇଁ ପାଣି ପମ୍ପର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପାଣି ପମ୍ପ ଲଗାଇ ସହରରୁ ଜଳ ନିସ୍କାସନ କରାଯାଉଛି ।