ବାଣ ନୁହେଁ ହସ ଫୁଟାଇବା ! ଅଭିଯାନରେ ସାମିଲ ସ୍ୱେଚ୍ଛାସେବୀ, ବାଣକୁ ବର୍ଜନ କରି ମୟୁରଙ୍କ ଖାଦ୍ୟ ପାଇଁ ଦେଲେ ଆର୍ଥିକ ସହାୟତା

37

କନକ ବ୍ୟୁରୋ : ମଣିଷ ଡାକୁଛି ମୟୁର ଆସୁଛି ଏମିତି ଏକ ନିଆରା କାହାଣି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ଏଥର ମଣିଷ ବଦଳରେ ଆମେ ପ୍ରୟାସ କରିଛୁ ପଷୀମାନଙ୍କର ସୁରକ୍ଷା ପାଇଁ । ଆଉ ଆମ ସହିତ ସାମିଲ ହୋଇଛନ୍ତି କିଛି ସ୍ୱେଛାସେବୀ ସଂଗଠନ ।

ଭୁବନେଶ୍ୱର ଉପକଣ୍ଠ ନରାଜରେ ମଣିଷ ଓ ମୟୁରର ନିଆରା ସର୍ମ୍ଫକ ଦେଖିବାକୁ ମିଳେ । ନାହାନ୍ତି ପାଣୁ କିନ୍ତୁ ସ୍ନେହ ଓ ପ୍ରେମରେ ବନ୍ଦା ହୋଇଥିବା ଏହି ବଣୁଆ ପଷୀ ମାନେ ଆଜି ବି ଆସୁଛନ୍ତି । ରାଜା ଆ ଡାକ ତ ଶୁଭୁନି,କି ଖାଲିି ପଡିଥିବା ସେହି ଚେୟାର । ଯାହା ସେହି ଦିନର ପୁରୁଣା ସ୍ମୃତିକୁ ଉଜ୍ଜାଗର କରୁଛି । କିନ୍ତୁ କିଛି ବୁଝୁ ନଥିବା ଏହି ବଣୁଆ ପଷୀ ମାନେ ସବୁଦିନ ପରି ଠିକ ସମୟ ହେଲେ ଧାଇଁ ଆସନ୍ତି । ଆଉ ପଡିଥିବା ଗୁଲୁଗୁଲା ଠୁ ଆରମ୍ଭ କରି ଖୁଦ ଦାନା କୁ ବି ଅତି ସ୍ନେହରେ ଖାଇଥାନ୍ତି । ଆଉ ପାଣୁଙ୍କ ଶେଷଇଛାକୁ ପୂରଣ କରିଛି ତାଙ୍କ ନାତି । ସେ ପାଣୁଙ୍କ ପରି ହାତରେ ଧରିଛି ଖାଦ୍ୟର ଜରି । ଆଉ ପାଣୁଙ୍କ ପରି ଅତି ସ୍ନେହରେ ଖାଦ୍ୟ ବି ଦେଇ ଚାଲିଛି ।

ଦିପାବଳୀ ଆସିଲେ ପାଣୁଙ୍କ ଛାତି ଥରିଯାଏ,କାରଣ ତାଙ୍କ ମୟ୍ରୁରମାନେ ବି କେମିତି ରହିବେ ,ଯେତେବେଳେ ବଡ ବଡ ବାଣ ଓ ଗଡମାରେ ଚର୍ତୁଦୀଗ କମ୍ଫୁଥାଏ । ସେଥିପାଇଁ ମରିବା ଆଗରୁ ଶେଷ ଇଛା ଥିଲା ତାଙ୍କର, କି ବାଣ ବଦଳରେ ଏହି ପଷୀ ମାନଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ,ଆଉ ଆଜିତ ସେ ନାହାନ୍ତି କିନ୍ତୁ ଆମ ଅଭିଯାନରେ ସାମିଲ ହୋଇ ଏକ ସଚେତନ କାର୍ଯ୍ୟକ୍ରମରେ ନରାଜରେ ପହଁଚିଥିଲେ ରାଜ୍ୟନାଗରିକ ସମାଜ ଓ ସର୍ମପୀତ ସଂଗଠନ ର କାର୍ଯ୍ୟକ୍ରତା । ଆଉ ବାଣ ବଦଳରେ ଏହି ପଷୀ ମାନଙ୍କ ଖାଦ୍ୟ ପାଇଁ କରିଥିଲେ କିଛି ଆର୍ଥୀକ ସାହାୟତା ।