ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍ । ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର ।

161

କନକ ବ୍ୟୁରୋ : ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି  । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ମମତା । ମିଳିଥିବା ସୂଚନା ମୁତାବକ ସାମ୍ପ୍ରଦାୟିକ ବୟାନକୁ ନେଇ ନିର୍ବାଚନ କମିସନ ମମତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମକୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ଯାହାଦ୍ୱାରା ଆଗାମୀ ୨୪ ଘଣ୍ଟା ନିର୍ବାଚନ ପ୍ରଚାର କରିପାରିବେନି ମମତା । ଏହାପୂର୍ବରୁ ନିର୍ବାଚନ କମିସନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ମମତା ବାନାର୍ଜୀ । ଏମସିସି ନାଁ ବଦଳାଇ ମୋଦି କୋର୍ଡ ଅଫ୍ କଣ୍ଡକ୍ଟ ରଖିବାକୁ ନିର୍ବାଚନ କମିସନଙ୍କୁ ଟ୍ୱିଟ୍ କରି ଆକ୍ଷେପ କରିଥିଲେ ମମତା ।