କନକ ବ୍ୟୁରୋ: ରାଜଧାନୀ ଉଠାଦୋକାନୀଙ୍କୁ ବିଏମ୍ସିର ଛାଟ । ଫୁଟପାଥ, ଡ୍ରେନ୍ କଡରେ ଫୁଡଷ୍ଟଲ ମନା । ରାଜଧାନୀ ରାସ୍ତାକଡରେ ଠେଲା ଲଗାଇ ବିକ୍ରି ଉପରେ ବିଏମସି କଟକଣା ଜାରି କରିଛି । ଏନେଇ ନୂଆ ନିୟମ ଜାରି କରିଛି ବିଏମ୍ସି । ରାସ୍ତାକଡରୁ ନେଇ ଫୁଟପାଥ ଓ ଡ୍ରେନ୍ ଆଦି ଉପରେ ଖୋଲୁଥିବା ଖାଇବା ଦୋକାନ ଗୁଡିକ ଉପରେ ଏହି କଟକଣା ଲଗାଯାଇଛି । ରାଜଧାନୀବାସୀଙ୍କୁ ଯାତାୟତରେ ସୁବିଧା, ପରିଷ୍କାର ଖାଦ୍ୟ ଆଦି ଦେବା ରହିଛି ଉଦ୍ଦେଶ୍ୟ । ବିଏମସି ପକ୍ଷରୁ କୁହାଯାଇଛି, ଗ୍ରାହକମାନେ ରାସ୍ତାକଡରେ ଗାଡି ରଖି ଦୂଷିତ ସ୍ଥାନରେ ଖାଦ୍ୟ ଖାଉଛନ୍ତି । ଏପରିକି ରାସ୍ତାକଡରେ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ଏହି ସମସ୍ତ ସମସ୍ୟା ଦୂର କରିବା ସହିତ ବିଏମ୍ସି ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିସହ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବିଏମସି ଗାଇଡଲାଇନ୍:
-ରାସ୍ତା , ଫୁଟପାଥ ଓ ଡ୍ରେନ୍ ଉପରେ କୌଣସି ଖାଇବା ଦୋକାନ ରହିପାରିବ ନାହିଁ
- ପାର୍କିଂ ବ୍ୟବସ୍ଥା ନଥିଲେ ସିଧାସଳଖ ଖାଦ୍ୟ ପରିବେଷଣ କରିବା ମନା
- କେବଳ ଗ୍ରାହକଙ୍କୁ ପାର୍ସଲ ଦେଇପାରିବ
-ଖାଦ୍ୟ ନିରାପତାର ସମସ୍ତ ନୀତିନିୟମକୁ ଦୋକାନୀଙ୍କୁ ମାନିବାକୁ ପଡ଼ିବ
- ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ଦୋକାନୀ ବାଧ୍ୟ
- ନିଜ ଦୋକାନରେ ୫ମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ପରିଷ୍କାର ରଖିବେ
-ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବ
- ଆବର୍ଜନା ସଂଗ୍ରହ କରୁଥିବା ଗାଡି ସେହି ଡଷ୍ଟବିନ୍କୁ ସଂଗ୍ରହ କରିବ ।
- କର୍ମଚାରୀ ପରିଷ୍କାର ପୋଷାକ ପିନ୍ଧିବା ସହିତ ମୁଣ୍ଡରେ ଟୋପି , ହାତରେ ଗ୍ଲୋବ୍ସ ଲଗାଇବା ସହିତ ଆପ୍ରନ ଓ ମାସ୍କ ଲଗାଇ ଖାଦ୍ୟ ପରିବେଷଣ କରିବେ ।
-ବିଏମସି ଦ୍ୱାରା ଘୋଷିତ ‘ନୋ ଭେଣ୍ଡିଂ ଜୋନ୍ ଅଂଚଳ’ରେ କୌଣସି ବ୍ୟକ୍ତି ଖାଇବା ଦୋକାନ ଖୋଲିପାରିବେ ନାହିଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/45.jpg)