କନକ ବ୍ୟୁରୋ: ଏକ ଅଘୋଷିତ କଟକଣା ଲୋକଙ୍କୁ କେତେ ଅପଦସ୍ତ କରିପାରେ ବାଲେଶ୍ୱରରୁ ଆସିଥିବା ଚିତ୍ରରୁ ବୟାନ୍ ହୋଇଛି । କିଏ ଜ୍ୟାକେଟ୍ ଖୋଲି ଟାଙ୍ଗି ଦେଉଛି ତ’ ଆଉ କିଏ ଶାଲ କାଢ଼ି ରଖି ଦେଉଛି । ଏମିତି କି କଳା ବ୍ୟାଗ୍ କିମ୍ବା କଳା ହେଲମେଟ୍୍ ବି ଏଥିରୁ ବାଦ ପଡିନି । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା । ପୁଲିସ୍ ଲାଇନ୍ ପଡ଼ିଆରେ ବିରାଟ୍ ଆୟୋଜନ ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବେଶ ଉତ୍ସାହରେ ଆସିଥିଲେ ସାଧାରଣ ଜନତା । ହେଲେ ସଭାସ୍ଥଳକୁ ପହଞ୍ଚିବା ପରେ ଜଣାପଡ଼ିଲା କଳା ରଙ୍ଗରେ ଲାଗିଛି କଟକଣା! କାହିଁକି କଟକଣା ଲାଗିଛି କାହାରିକୁ ମାଲୁମ୍ ନାହିଁ । କିନ୍ତୁ ପୁଲିସର ତାଗିଦ୍ ପରେ ସାଧାରଣ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ।
ସଭାସ୍ଥଳ ପ୍ରବେଶ ଦ୍ୱାରରେ ପୋଲିସ ସମସ୍ତଙ୍କ ଉପରେ ରଖିଥିଲା କଡ଼ା ନଜର । ଯିଏ କଳା ରଙ୍ଗର ପୋଷାକ ପିନ୍ଧିଥିଲା, କି କଳାରଙ୍ଗର ଅନ୍ୟ ଜିନିଷ ରଖିଥିଲା ସେମାନଙ୍କୁ ଅଟାକାଉଥିଲା ପୋଲିସ । କଳା ଜ୍ୟାକେଟ୍, ଶାଲ, ଟୋପିକୁ ବାହାରେ ଛାଡି ଯିବାକୁ ଲୋକଙ୍କୁ କୁହାଯାଇଥିଲା । ଲୋକମାନେ ସଭାସ୍ଥଳ ବାହାରେ ଥିବା ଗେଟ୍, ବାଉଁଶ ଖୁଣ୍ଟ ଆଦିରେ ନିଜ ନିଜ କଳାରଙ୍ଗର ଶୀତବସ୍ତ୍ରକୁ ଟାଙ୍ଗି ସଭାସ୍ଥଳକୁ ଯିବାକୁ ବାଧ୍ୟ ହୋଇଥିଲେ ।
ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପାଇଁ ବାଲେଶ୍ୱର ଯାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏହି କାର୍ଯ୍ୟକ୍ରମରେ କଳା ରଙ୍ଗର ଅଚାନକ୍ କଟକଣା ଲଗାଇବାକୁ ନେଇ ଉଠିଛି ପ୍ରଶ୍ନ?
- କଳା ରଙ୍ଗର ପୋଷାକ ଉପରେ କାହିଁକି ଲଗାଯାଇଥିଲା କଟକଣା?
- କଳା ରଙ୍ଗ ଦେଖାଇବ ପ୍ରତିବାଦ କରିବାର ଆଶଙ୍କା କରୁଥିଲା କି ପ୍ରଶାସନ?
- ଯଦି ଏହି ଆଶଙ୍କା ଥିଲା ପୂର୍ବରୁ ଲୋକଙ୍କୁ ଜଣାବାରେ କେଉଁଠି ଅସୁବିଧା ଥିଲା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/17-19.jpg)