ପ୍ରତିରକ୍ଷା କ୍ଷେତ୍ରରେ ଆସିବ ସ୍ୱଦେଶୀ କ୍ରାନ୍ତି: ୧୦୧ ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତରେ ହେବ ଉତ୍ପାଦନ

ଆର୍ଟିଲେରୀ ଗନ, ରାଡାର, ଏଲସିଏଚ ଓ ପରିବହନ ବିମାନ ହେବ ଭାରତରେ ତିଆରି

262

କନକ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ଏ ନେଇ ରାଜନାଥ ସିଂ ଆଜି ବଡ ଘୋଷଣା କରିଛନ୍ତି । ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣ ପାଇଁ ଆମଦାନୀ ହେବାକୁ ଥିବା ୧୦୧ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଲଦ୍ଦାଖର ଏଲଏସିରେ ଭାରତ-ଚୀନ ବିବାଦ ମଧ୍ୟରେ ରାଜନାଥଙ୍କ ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ବର୍ତମାନ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ସ୍ୱଦେଶୀ ଉପକରଣ ନିର୍ମାଣ କରାଯିବ । ଆସନ୍ତୁ ନଜର ପକାଇବା କଣ ହୋଇଛି ବଡ ଘୋଷଣା—

୧-ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ଭାରତ

୨- ୧୦୧ ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ

୩-ଏହି ଉପକରଣ ଏବେ ଭାରତରେ ତିଆରି ହେବ

୪-ଆର୍ଟିଲେରୀ ଗନ, ଆସଲଟ ରାଇଫଲ ଭାରତରେ ତିଆରି ହେବ

୫-ସୋନାର ସିଷ୍ଟମ ଓ ପରିବହନ ବିମାନ ଭାରତରେ ତିଆରି ହେବ

୬-ପାଣି ଭିତରେ ଶବ୍ଦ ତରଙ୍ଗ ସମ୍ପର୍କରେ ସୂଚନର ଦିଏ ସୋନାର ସିଷ୍ଟମ । ପାଣି ଭିତରେ ଯୋଗାଯୋଗକୁ ସୁଗମ କରିଥାଏ ଏହି ବ୍ୟବସ୍ଥା

୭-ଏଲସିଏଚ ଓ ରାଡାର ବି ଭାରତରେ ତିଆରି କରାଯିବ

୮-ଏଲ୍ସିଏଚ୍ ହେଲା ଲାଇଟ୍ କମ୍ବାର୍ଟ ହେଲିକପ୍ଟର । ଏହି ହେଲିକପ୍ଟର ଆକାଶରେ ଧିର ଗୀତିରେ ଯାଉଥିବା ଲକ୍ଷ୍ୟକୁ ଭେଦ କରିଥାଏ । ଅନୁସନ୍ଧାନ ଓ ଉଦ୍ଧାର କ୍ଷେତ୍ରରେ ବ୍ୟବହୃତ ହୁଏ ।

୯-ପ୍ରତିରକ୍ଷା କ୍ଷେତ୍ର ପାଇଁ ୫୨ ହଜାର କୋଟିର ଅଲଗା ବଜେଟ

୧୦-ଆସନ୍ତା ୬-୭ ବର୍ଷରେ ଘରୋଇ ପ୍ରତିରକ୍ଷା ଉପକରଣ ଉତ୍ପାଦନ ହେବ

୧୧-ଘରୋଇ କମ୍ପାନୀଙ୍କୁ ୬-୭ ବର୍ଷରେ ୪ଲକ୍ଷ କୋଟି ଟଙ୍କାର ଅର୍ଡର ଦିଆଯିବ