କନକ ବ୍ୟୁରୋ : ବରଗଡ଼ ଭଟଲି ରେଂଜ ବାରପାହାଡ଼ ଜଙ୍ଗଲର କେନ୍ଦୁଗୁଡ଼ିଆ ଠାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ ହେକ୍ଟର ଜଙ୍ଗଲ ଜମିରେ ୧୦ ହଜାର ବାଉଁଶ ବୃକ୍ଷ ରୋପଣ ହୋଇଥିବା ଉଲ୍ଲେଖ ରହିଛି । କିନ୍ତୁ ଜଙ୍ଗଲରେ ବାଉଁଶ ଗଛର ନାଁ ଗନ୍ଧ କିଛି ନାହିଁ । ବାଉଁଶ ଗଛ ଲଗାଇବା ନାଁରେ ବିଭାଗୀୟ ଅଧିକାରୀ ମିଥ୍ୟ ବିଲ କରି ହଡ଼ପ କରିଥିବା ନେଇ ଭିଜିଲାନ୍ସ ନିଟକରେ ଅଭିଯୋଗ ହୋଇଛି । ତଦନ୍ତ ହେବା ପରେ ଖରାଦିନେ ଜଙ୍ଗଲ ଭିତରେ ବୃକ୍ଷ ରୋପଣର ନାଟକ ଚାଲିଛି । ଏନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଥିବା କହିଛନ୍ତି ।
ରାଜ୍ୟରେ ପାରଦ ଏବେ ଉପରମୁହାଁ । ଖରାରେ ଘରୁ ବାହାରକୁ ବାହାରିବା ମଧ୍ୟ ଅସମ୍ଭବ । ଆଉ ଏହି ଡହ ଡହ ଖରାରେ ଚାରା ରୋପଣ କରାଯାଉଛି । ହାତରେ କୋଡ଼ି କୋଦାଳ ଧରି ଚାରା ରୋପଣ କରୁଛନ୍ତି କର୍ମଚାରୀ । ପ୍ରବଳ ଖରା ଯୋଗୁଁ ଦିନେ ଦୁଇ ଦିନ ଯାଉନି ଗଛ ଗୁଡ଼ିକ ଝାଉଁଳିଯିବା ସହ ମରିଯାଉଛି । ଏପରି ଖରାରେ ଗଦା ହୋଇପଡ଼ି ରହିଥିବା ବାଉଁଶ ଚାରା ଗୁଡ଼ିକ ନଷ୍ଟ ହୋଇଗଲାଣି ।
ଗୋଟିଏପଟେ ଜଙ୍ଗଲ କମୁଛି । ଅନ୍ୟପଟେ ଚାରା ରୋପଣ କାମରେ ମହାଦୁର୍ନୀତି ହୋଇଥିବା ଖବର ସାମ୍ନାକୁ ଆସିଛି । ତେଣୁ ଏହି ଘଟଣା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/3-2.jpg)