ଶୁଣିଲାନି ପ୍ରଶାସନ, ଉଦାହରଣ ସୃଷ୍ଟି କଲେ ଗାଁ ଲୋକେ । ଚାନ୍ଦା କରି ନିଜ ପାଇଁ ନିଜେ ତିଆରି କଲେ ପୋଲ । 

କୌଣସି ଜରୁରୀ କାମ ପଡିଲେ ଲୋକେ ଯିବା ଆସିବାରେ ହଇରାଣ ହେଉଥିଲେ ।

78

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ଉଦାହରଣ ସୃଷ୍ଟି କଲେ ଗାଁ ଲୋକେ । ଚାନ୍ଦା ଆଦାୟ କରି ନିର୍ମାଣ କଲେ ବାଉଁଶ ପୋଲ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଚାରାଙ୍ଗୁଲ ପଂଚାୟତର  ଲେଂଜିଗୁଡା ଗ୍ରାମରେ ।

କୋରାନ ନଦୀ ପାଇଁ  ପଂଚାୟତର  ଲେଜିଗୁଡା, ଖାଲପାଡି, ମାଥିଲିଗୁଡା ଭଲି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା ।  କୌଣସି ଜରୁରୀ କାମ ପଡିଲେ ଲୋକେ ଯିବା ଆସିବାରେ ହଇରାଣ ହେଉଥିଲେ । ଡଙ୍ଗାରେ ବିପଦଜନକ ଭାବେ ପାର ହୋଇ ଦାମନଯୋଡି କିମ୍ବା ସେମିଳାଗୁଡା ଆସୁଥିଲେ  । ବ୍ରିଜନଥିବାରୁ ପୋଲ ନିର୍ମାଣ ଲାଗି ଲୋକେ ବାରମ୍ବାର ଦାବି କରୁଥିଲେ ।  କିନ୍ତୁ ପ୍ରଶାସନ ଶୁଣିନଥିଲା । ଫଳରେ ଲୋକେ ଚାନ୍ଦା କରି  ତିଆରି କରିଛନ୍ତି ବାଉଁଶ ପୋଲ । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ  ଶ୍ରମଦାନ କରିଥିଲେ ।  ଲୋକେ କହିଛନ୍ତି, ପୋଲ କରିବା ଲାଗି ସେମାନେ ଦାବି କରିଥିଲେ ବି ପ୍ରଶାସନ ଶୁଣୁନଥିବାରୁ  ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁ ଆଜି ନଦୀ ଉପରେ ତିଆରି ହୋଇପାରିଛି । ବାସ୍ତବରେ ଗ୍ରାମବାସୀଙ୍କ ଏପରି କାର୍ଯ୍ୟ ପ୍ରଶଂସା ଯୋଗ୍ୟ ।