ନଈ ବଢିଲେ, ବଢୁଛି ଦୁର୍ଦଶା: ସାରା ଗାଁକୁ ବାଉଁଶ ଭରସା । ଲୋକଙ୍କ ଗୁହାରୀ କେବେ ଶୁଣିବ ପ୍ରଶାସନ ?

Advertisment
ନଈ ବଢିଲେ, ବଢୁଛି ଦୁର୍ଦଶା: ସାରା ଗାଁକୁ ବାଉଁଶ ଭରସା । ଲୋକଙ୍କ ଗୁହାରୀ କେବେ ଶୁଣିବ ପ୍ରଶାସନ ?

କନକ ବ୍ୟୁରୋ: ତଳେ ପାଣି, ଉପରେ ମଣିଷ । ଆଉ ମଝି ନଈରେ ସାହାରା ସାଜିଛି ୩ ଖଣ୍ଡ ବାଉଁଶ । ପାଦ ଟିକେ ଏପଟ ସେପଟ ହେଲେ ନଈରେ ବୁଡି ଯିବାର ଭୟ । ତେଣୁ ଏକଦମ ସାବଧାନତାର ସହ ଜୀବନକୁ ବାଜି ଲଗାଇ ଏମିତି ସବୁଦିନ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଗୋପାଳପୁର ଗାଁର ଲୋକେ ।

ବର୍ଷା ଦିନେ ହଂସୁଆ ନଦୀରେ ପାଣି ବଢିଗଲେ ଏମାନଙ୍କ ଦୁଃଖ ବଢିଯାଏ । ଗାଁରେ ରହୁଥିବା ୧୫ରୁ ଅଧିକ ପରିବାରଙ୍କ ପାଦରେ ବେଡି ପଡିଯାଏ । ନଦୀ ଆରପଟେ ଅଙ୍ଗନୱାଡି, ସ୍କୁଲ, ମେଡିକାଲ ଆଉ ବଜାର ଥିବାରୁ ପାଣି ବଢିଗଲେ ସମସ୍ତଙ୍କ ପାଇଁ ସମସ୍ୟା ବଢିଯାଏ । ତେବେ ଏ ସମସ୍ୟା ଆଜିର ନୁହେଁ, ଦୀର୍ଘ ୪୦ ବର୍ଷ ହେବ ବର୍ଷା ଆସିଲେ, ପାଣି ବଢିଗଲେ ଗୋପାଳପୁର ଗାଁ ଲୋକେ ଗୁମୁରୀ ଗୁମୁରୀ କାନ୍ଦନ୍ତି

ସେପଟେ ଗାଁର ସମସ୍ୟା ନେଇ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ବାରମ୍ବାର ଜଣାଇଥିଲେ ବି ଗାଁ ଲୋକଙ୍କ ଗୁହାରୀ କାହା କାନରେ ପଡୁନି । ନଦୀ ଉପରେ ଅସ୍ଥାୟୀ ଯୋଗାଯୋଗ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ବି ସେ କାମ ପଡିରହିଛି । ତେଣୁ ଲୋକେ ବାଧ୍ୟ ହୋଇ ନିଜ ଉଦ୍ୟମରେ ମାଟି ପକାଇ, ନଦୀ ଉପରେ ତିନି ଖଣ୍ଡ ବାଉଁଶରେ ଚାର ବାନ୍ଧି ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ତେବେ ଏପରି ସ୍ଥଳରେ ପ୍ରଶାସନ ସମସ୍ୟାର ଶୀଘ୍ର ସମାଧାନ କରୁବୋଲି ଲୋକେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe