କନକ ବ୍ୟୁରୋ: ଭୁବନେଶ୍ୱରରେ ଡ୍ରେନ ପାଣିରେ ଶିଶୁ ଭାସିଯିବା ଘଟଣା ପରେ ଚେଇଁ ଉଠିଛି ସିଏମସି । କଟକରେ ମଧ୍ୟ ଏକାଧିକ ମୁକୁଳା ଡ୍ରେନ ଥିବାରୁ ଚିନ୍ତାରେ ସିଏମସି । ମୁକୁଳା ଡ୍ରେନରେ କିପରି କୌଣସି ଅଘଟଣାକୁ ଏଡାଇହେବ ସେନେଇ ମେୟର, ବିଧାୟକ ଓ ଓ ସାଂସଦଙ୍କ ଉପସ୍ଥିତିରେ ହୋଇଛି ବୈଠକ ଏବଂ କୌଣସି ଅଘଟଣକୁ ରୋକିବାକୁ ସହରର ସମସ୍ତ ମୁକୁଳା ଡ୍ରେନରେ ବାଉଁଶ ବ୍ୟାରିକେଡ ଲଗାଇବାକୁ ନିଷ୍ପତ୍ତି ହୋଇଛି । ମୌସୁମୀ ବର୍ଷା ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଏହାସହ ବର୍ଷା ଯୋଗୁଁ ସହରରେ ଜଳବନ୍ଦୀ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ୨୮୦ ଟି ମୋଟର ପମ୍ପକୁ ପ୍ରସ୍ତୁତ ରଖାଯାଇଛି । ଅଧିକ ମୋଟର ପମ୍ପ ଆବଶ୍ୟକ ପଡିଲେ ଅଣାଯିବା ସହ ଅଗ୍ନିଶମ ବିଭାଗର ସହାୟତା ନିଆଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/17-8.jpg)